www.samajalive.in
Monday, December 8, 2025
27.1 C
Bhubaneswar

ଲକ୍ ଡାଉନରେ ଥମୁନି ଚୋରା ବିଦେଶୀ ମଦ ବେପାର, ପରିବା ଗାଡିରେ ଚାଲାଣ ହେଉଛି ମଦ

ଦ୍ୱାରଶୁଣି:  କରୋନା ପାଇଁ ସାରା ଦେଶ ଲକଡାଉନ କିନ୍ତୁ ଚୋରା ବିଦେଶୀ ମଦ ବେପାରୀଙ୍କର ଚାଲିଛି ଜୋରଦାର ବେପାର । ଲକଡାଉନର ସୁଯୋଗ ନେଇ ଚୋରାରେ ବିଦେଶୀ ମଦ ବିକ୍ରି କରୁଛନ୍ତି । ଲକଡାଉନ୍ କାରଣରୁ ସବୁ ଦୋକାନ ବଜାର ବନ୍ଦ ଥିବାରୁ ମଦ୍ୟପ ମାନେ ମଦ ପିଇବାକୁ ମଧ୍ୟ ଡହଳ ବିକଳ ହେଉଛନ୍ତି। ଯାହାର ଫାଇଦା ଉଠାଇ କିଛି ଅସାଧୁ ବ୍ୟବସାୟୀ ଚୋରା ବିଦେଶୀକୁ ବେଧଡକ୍ ଚଢା ଦରରେ ମଦ ବିକ୍ରି କରୁଛନ୍ତି।

ଏପରି ଏକ ଘଟଣା ସାମ୍ନାକୁ ଆସିଛି ଦ୍ବାରଣୁଣି ଅଞ୍ଚଳରେ । ସୂଚନାଅନୁସାରେ  ଅନ୍ଧାର ସୁଯୋଗ ନେଇ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଡଙ୍ଗାରେ ସୁବର୍ଣ୍ଣରେଖା ନଦୀ ପାର କରି ପରିବା ବୋଝେଇ ଗାଡ଼ିରେ ବିଦେଶୀ ମଦ ଚାଲାଣ ହେଉଥିଲା । ଏହି ଘଟଣା ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ଝାରପୋଖରିଆ ଥାନା ଏସଆଇ ପଞ୍ଚାନନ ମହାନ୍ତି ଚଢଉ କରିଥିଲେ ।  OD 02 BD 4087 ନମ୍ବର ବିଶିଷ୍ଟ ପରିବା ଗାଡିକୁ ବିଳମ୍ବିତ ରାତିରେ ଆନ୍ତରାଜ୍ୟ ସୀମା ଜାମଶଳା ଗେଟ ନିକଟରେ ଜବଦ କରିବା ସହିତ ଆନ୍ତରାଜ୍ୟ ମଦ ବ୍ୟପାରି ଦୁଇଜଣକୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ଝାରଖଣ୍ଡ ରାଜ୍ୟ ବହଡାଗୋଡା ଥାନା ଅନ୍ତର୍ଗତ ବାସୁଦେବ ଦାସ ଓ ଭୁବନେଶ୍ୱର ବିଡିଏ କଲୋନିର ସୁବାସ ଚନ୍ଦ୍ର ଜେନା । ତେବେ ଅବକାରୀ ବିଭାଗ ଶୋଇ ରହିଥିବା ବେଳେ ଜିଲ୍ଲା ଅବକାରୀ ଅଧୀକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories