www.samajalive.in
Saturday, December 6, 2025
19.1 C
Bhubaneswar

ଭାରତରେ କରୋନା: ୮୭୨ ମୃତ, ୨୭ ହଜାର ୮୯୨ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ସୋମବାର ସୁଦ୍ଧା ୨୭ ହଜାର ୮୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୮୭୨ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୨୦ ହଜାର ୮୩୫ ଜଣ ଚିକିତ୍ସାଧୀନ ଥିବାବେଳେ ୬୧୮୫  ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟ୍‌ରେ ଦର୍ଶାଯାଇଛି। ତେବେ ଗତ ୨୪ ଘଣ୍ଟାରେ ଦେଶରେ ୧୩୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଦେଶରେ ମହାରାଷ୍ଟ୍ର ସବୁଠୁ ଅଧିକ କରୋନା ଭୂତାଣୁ ଦ୍ବାରା ପ୍ରଭାବିତ ହୋଇଛି। ଏଠାରେ ସର୍ବାଧିକ ୮ ହଜାର ୬୮ ଜଣ ସଂକ୍ରମିତ ହୋଇଥିବାବେଳେ ୩୪୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପଛକୁ ଗୁଜରାଟରେ ୩୩୦୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୫୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ୨୯୧୮ ଆକ୍ରାନ୍ତ, ୫୪ ମୃତ, ରାଜସ୍ଥାନରେ ୨୨୨୧ ସଂକ୍ରମିତ, ୪୪ ମୃତ, ମଧ୍ୟପ୍ରଦେଶରେ ୨୦୯୦ ଆକ୍ରାନ୍ତ, ୧୦୩ ମୃତ, ତାମିଲନାଡୁରେ ୧୮୮୫ ଆକ୍ରାନ୍ତ, ୨୪ ମୃତ, ଉତ୍ତରପ୍ରଦେଶରେ ୧୮୭୩ ଆକ୍ରାନ୍ତ ଓ ୩୦ ମୃତ, ଆନ୍ଧ୍ରପ୍ରଦେଶରେ ୧୧୭୭ ଆକ୍ରାନ୍ତ ଓ ୩୩ ମୃତ ଏବଂ ତେଲେଙ୍ଗାନାରେ ୧୦୦୧ ସଂକ୍ରମିତ ହୋଇଥିବାବେଳେ ୨୫ ଜଣ ପ୍ରାଣ ହରାଇଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories