mission shakti banner

ଭୁବନେଶ୍ୱର ରୁ ରାୟପୁର ଉଡିବ ବିମାନ

BSKY banner  750×100
0

ଭୁବନେଶ୍ୱର : ଓଡିଶାର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରକୁ ଆଉ ଏକ ସଫଳତା ମିଳିଛି। ବିମାନ ଉଡାଣକାରୀ ସଂସ୍ଥା ପକ୍ଷରୁ ଭୁବନେଶ୍ୱରୃ-ରାୟପୁର ମଧ୍ୟରେ ନୂତନ ବିମାନ ଉଡିବାକୁ ଯାଉଛି। ଏହାଦ୍ୱାରା ଯାତ୍ରୀମାନେ ମାତ୍ର ଦେଢ ଘଣ୍ଟା ମଧ୍ୟରେ ରାୟପୁରରେ ପହଞ୍ଚିପାରିବେ। ଏହି ଉଡାଣ ଯାତ୍ରା ଆରମ୍ଭ କରିବାପାଇଁ ଡିଜିସିଏ ପକ୍ଷରୁ ଅନୁମତି ମିଳିସାରିଛି।
ବୁଧବାରରେ ଏହି ବିମାନସେବାର ଉଦଘାଟନ ୍‍କରାଯିବ। ଏହି ବିମାନ ସକାଳ ୬ଟା ୧୦ ଉଡାଣ ଆରମ୍ଭ କରି ୭ଟା୪୦ରେ ରାୟପୁର ଠାରେ ପହଁଞ୍ଚିବ। ସେହିପରି ରାୟପୁରରୁ ୧୨ଟା ୧୫ରୁ ବାହାରି ୧ଟା୪୦ରେ ଭୁବନେଶ୍ୱରରେ ପହଞ୍ଚିବାର ସମୟ ରହିଛି। ୨୦ସିଟ ବିଶିଷ୍ଟ ଏହି ବିମାନରେ ଦୁଇଜଣ ପାଇଲଟ ଓ ଜଣେ କ୍ୟାବିନ କ୍ରୁ ସଦସ୍ୟ ରହିବେ। ଭୁବନେଶ୍ୱରରୁ ରାୟପୁର ବିମାନ ରିଜିଓନାଲ କନେକ୍ଟଟିଭିଟି ନୀତି ଅର୍ନ୍ତଗତ ହୋଇ ନ ଥିବାରୁ ଯାତ୍ରୀଙ୍କ ଟିକେଟ ମୂଲ୍ୟ ୪୫୦୦ଟଙ୍କା ରହିଛି। ଏହି ସଫଳତା ହାସଲ କରିବାପରେ ଭୁବନେଶ୍ୱର ବିମାନ ବନ୍ଦରର ମାନ୍ୟତା ଆହୁରି ବଢିବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିଦ୍ଦେର୍ଶକ କହିଛନ୍ତି। ଆଗାମୀ ଏକ ମାସ ମଧ୍ୟରେ ରାଉଲକେଲା ଏବଂ ଝାରସୁଗୁଡା ବିମାନ ବନ୍ଦର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Leave A Reply