www.samajalive.in
Thursday, December 11, 2025
15.1 C
Bhubaneswar

କେନ୍ଦ୍ରାପଡାରେ ସାଂସଦ ପାଣ୍ଠି ନିର୍ମିତ ପ୍ରକଳ୍ପକୁ କ୍ବାରେଣ୍ଟାଇନ ସେଣ୍ଟର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧ

ଭୁବନେଶ୍ବର :  ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ନିଜର ସାଂସଦ ପାଣ୍ଠିରେ ନିର୍ମାଣ ହୋଇଥିବା ବିଭିନ୍ନ ଲୋକାଭିମୁଖି ପ୍ରକଳ୍ପ ଗୁଡିକୁ ଓଡିଶାକୁ ଫେରିବାକୁ ଥିବା ପ୍ରବାସୀ ଓଡିଆଙ୍କ ପାଇଁ କ୍ବାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଟ୍ବିଟ୍‌ କରି ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀ ପଣ୍ଡା କେନ୍ଦ୍ରାପଡାର ସାଂସଦ ଭାବେ ନିଜ ସାଂସଦ ପାଣ୍ଠିରୁ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅନେକ ଲୋକାଭିମୁଖି ପ୍ରକଳ୍ପମାନ ନିର୍ମାଣ କରାଇଥିଲେ। ସେଥିମଧ୍ୟରୁ ୧୦୦୦ ଲୋକ ବସିବା ଉପଯୋଗି ବହୁମୁଖି ସଭାଗୃହ ଯାହାକି ଦେଶର ସର୍ବବୃହତ ସାଂସଦ ପାଣ୍ଠି ନିର୍ମିତ ପ୍ରକଳ୍ପ, ୧୫ରୁ ଉର୍ଦ୍ଧ ବହୁମୁଖି ଗୃହ ଏବଂ ୨୪ରୁ ଉର୍ଦ୍ଧ ମିନି ଷ୍ଟାଡିୟମ ଅନ୍ୟତମ। ଏହି ସବୁ ପ୍ରକଳ୍ପ ସଂପୂର୍ଣ୍ଣ ହୋଇସାରିଛି ଓ ବ୍ୟବହାର ଉପଯୋଗୀ ହୋଇଥିବାରୁ ଆଗାମୀ ସପ୍ତାହ ଗୁଡିକରେ ଓଡିଶାକୁ ଅନେକ ପ୍ରବାସୀ ଓଡିଆଙ୍କ ଆସିବା ସମ୍ଭାବନା ଥିବାରୁ ସେମାନଙ୍କ ପାଇଁ ଏହି ପ୍ରକଳ୍ପ ଗୁଡିକୁ କ୍ବାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି।

- Advertisement -

ରାଜ୍ୟ ତଥା କେନ୍ଦ୍ରାପଡା ଜିଲ୍ଲାକୁ ରାଜ୍ୟ ବାହାରୁ ଅନେକ ପ୍ରବାସୀ ଓଡିଆଙ୍କ ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ତଥା ଜିଲ୍ଲାରେ ଅଧିକ କ୍ବାରେଣ୍ଟାଇନ ସେଣ୍ଟରର ଆବଶ୍ୟକତା ରହିଛି । ରାଜ୍ୟରେ କ୍ବାରେଣ୍ଟାଇନ ସେଣ୍ଟର ବଢାଇବା ସହ ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ସାଂସଦ ପାଣ୍ଠି ନିର୍ମିତ ପ୍ରକଳ୍ପ ଗୁଡିକୁ ବ୍ୟବହାର କରାଗଲେ ଅନେକ ପ୍ରବାସୀ ଓଡିଆ ଉପକୃତ ହେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories