ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଲକଡାଉନ କୋହଳ ସମ୍ପର୍କିତ ସଂଶୋଧିକ ଗାଇଡ୍ଲାଇନ ଜାରି କରାଯାଥିଲା। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ କେଉଁ ଦୋକାନ ଖୋଲାଯାଇପାରିବ ଏବଂ କେଉଁ ଦୋକାନ ଖୋଲିପାରିବ ନାହିଁ ସେନେଇ ଗାଇଡ୍ଲାଇନରେ ଦର୍ଶାଯାଇଥିଲା। ଏନେଇ କିଛି ଜିନିଷ ଉପରେ ସ୍ପଷ୍ଟ ଉଲ୍ଲେଖ ନ ଥିଲା ଯାହଫଳରେ ଦ୍ବନ୍ଦ୍ବ ଉପୁଜିଥିଲା। ପରେ ପୁଣି ଥରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ ଚୁଟିକଟା ସେଲୁନକୁ ଖୋଲିବାକି ଅନୁମତି ଦିଆଯାଇନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏନେଇ ଗୃହ ମନ୍ତ୍ରାଳୟ ସଚିବ ସଲୀଳା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି । କେବଳ ଜିନିଷ ବିକ୍ରି ହେଉଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି ।
Popular Categories



