www.samajalive.in
Saturday, December 13, 2025
26.1 C
Bhubaneswar

ଭାରତରେ କରୋନା: ୨୪ ଘଣ୍ଟାରେ ୧୪୨୯ ଆକ୍ରାନ୍ତ ଓ ୫୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ସଂକ୍ରମଣ ହାର କମ୍‌ ଥିଲେ ବି ତାହା ଚିନ୍ତାଜନକ ବିଷୟ ପାଲଟିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୭ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଦେଶରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୪ ହଜାର ୫୦୬ରେ ପହଞ୍ଚିଥିବାବେଳେ ୭୭୫ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଲେଣି। ୫ ହଜାର ୬୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୮ ହଜାର ୬୬୮ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

ତେବେ ପୂର୍ବ ଭଳି ମହାରାଷ୍ଟ୍ର ଦେଶରେ ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ଭାବେ ଶୀର୍ଷରେ ରହିଛି। ଶୁକ୍ରବାର ସକାଳ ସୁଦ୍ଧା ମହାରାଷ୍ଟ୍ରରେ ସର୍ବାଧିକ ୬୮୧୭ ଜଣ ସଂକ୍ରମିତ ହୋଇଥିବାବେଳେ ୩୦୧ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପଛକୁ ରହିଛି ଗୁଜରାଟ। ଗୁଜରାଟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୮୧୫ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୧୨୭ ଛୁଇଁଛି। ସେହିପରି ରାଜଧାନୀ ନୂଆଦିଲ୍ଲୀରେ ୨୫୧୪ ଆକ୍ରାନ୍ତ ହୋଇଥିବାବେଳେ ୫୩ ଜଣଙ୍କ ମୃତ୍ୟୁ ଘଟିଛି, ରାଜସ୍ଥାନରେ ୨୦୩୪ ଆକ୍ରାନ୍ତ ଓ ୩୨ ମୃତ, ମଧ୍ୟପ୍ରଦେଶରେ ୧୮୪୬ ଆକ୍ରାନ୍ତ ଓ ୯୨ ମୃତ, ତାମିଲନାଡୁରେ ୧୭୫୫ ସଂକ୍ରମିତ, ୨୨ ମୃତ ଏବଂ ଉତ୍ତର ପ୍ରଦେଶରେ ୧୬୨୧ ଆକ୍ରାନ୍ତ ହୋଇଥିବାବେଳେ ୨୫ ଜଣ ପ୍ରାଣ ହରାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories