www.samajalive.in
Wednesday, December 10, 2025
14.1 C
Bhubaneswar

ବଜ୍ରାଘାତରେ ୨ ମହିଳା ମୃତ, ଜଣେ ଆହତ

ଭୁବନେଶ୍ୱର : ବଜ୍ରପାତ ଘଟି କେନ୍ଦୁଝର ଝୁମ୍ପୁରାବ୍ଲକରେ ୨ ମହିଳା ମୃତ ହୋଇଥିବାବେଳେ ଆଉ ଜଣେ ମହିଳା ଆହତ ହୋଇଛନ୍ତି। ବଜ୍ରପାତରେ ମୃତ୍ୟୁ ଘଟିଥିବା ମହିଳାଙ୍କ ମଧ୍ୟରୁ ଜଣେ ସରୁପତଳା ସାହିର ମହିଳା ହୋଇଥିବାବେଳେ ଆଉଜଣେ ବଳଭଦ୍ରପୁରର ବୋଲି ଜଣାପଡ଼ିଛି। ସେହିପରି ହିଞ୍ଜଳଗଡିଆ ଗ୍ରାମର ଜନୈକା ମହିଳା ବଜ୍ରଘାତରେ ଆହତ ହୋଇଥିବା ଜଣାପଡିଛି।
ବଜ୍ରପାତ ଘଟଣା ଜାଣିପାରି ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ସେମାନଙ୍କୁ ମୁତ୍ୟୁ ବୋଲି ଘୋଷଣା କରିଥିଲେ। ତେବେ ଏଭଳି ଏକ ଦୁଃଖଦାୟକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଦେଇଛି।
ବର୍ତ୍ତମାନ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ କେହି ବାହାରକୁ ଯିବା ପାଇଁ ମନା କରାଯାଇଛି। ତଥାପି ଲୋ​କକଟକଣା ନ ମାନି ବାହାରକୁ ଯାଉଛନ୍ତି। ତେବେ ସମସ୍ତ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରୁଛୁ କି ସମସ୍ତେ ରାଜ୍ୟସରକାରଙ୍କ ଦ୍ୱାରା ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଲକ୍‌ଡାଉନ୍‌କୁ ମାନି ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି କେନ୍ଦୁଝର ଜିଲା ପ୍ରଶାସନ ନିବେଦନ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories