www.samajalive.in
Tuesday, December 9, 2025
17.1 C
Bhubaneswar

କରୋନା ମୁକାବିଲା – ମଣିଷ ଦେହରେ ପରୀକ୍ଷଣ ଚାଲିଛି ୬ଟି ଟୀକା

ସମାଜ ପୋର୍ଟାଲ ଡେସ୍କ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କରୋନା ଭାଇରସ୍ ଟୀକାର ଗୁରୁବାରଠାରୁ ମଣିଷ ଦେହରେ ପରୀକ୍ଷା ହୋଇଛି। ଏହି ଟୀକା ମଣିଷ ଦେହରେ କେତେ ନିରାପଦ ଅର୍ଥାତ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଏହି ଟୀକା ଦିଆଗଲେ ତାହା ସେହି ବ୍ୟକ୍ତିଙ୍କ ଦେହରେ କେଉଁ ଭଳି ପ୍ରଭାବ ପକାଇବ, ସେ ନେଇ ପରୀକ୍ଷା ଆରମ୍ଭ କରାଯାଇଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ ଏହାର ତୁରନ୍ତ ପ୍ରସ୍ତୁତି ଆରମ୍ଭ ପାଇଁ ଭାରତୀୟ କମ୍ପାନୀ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ କାର୍ଯ୍ୟ ଆରମ୍ଭ କରିଥିବା ଖବର ମିଳିଛି।

ଗୁରୁବାର ଦିନ ଅକ୍ସଫୋର୍ଡରେ ଏହି ପରୀକ୍ଷା ଆରମ୍ଭ ହୋଇଛି ଯେଉଁଥିରେ ୮୦୦ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଏହି ନୂତନ ଟୀକା ‘ChAdOx1 nCoV-19’ ଇଞ୍ଜେକ୍ସନ ଦିଆଯାଇଛି। ଏହା ହେଉଛି ଷଷ୍ଠ କରୋନା ଭାଇରସ୍ ଟୀକା ଯାହା ପ୍ରଥମ ପର୍ଯ୍ୟାୟରେ କ୍ଲିନିକାଲ୍ ପରୀକ୍ଷଣରେ ପ୍ରବେଶ କରିଛି। ଯଦି ପରୀକ୍ଷଣଗୁଡିକ ସଫଳ ହୁଏ, ତେବେ ସେପ୍ଟେମ୍ବର ସୁଦ୍ଧା ଏହାର ଏକ ମିଲିୟନ୍ ଡୋଜ ପ୍ରସ୍ତୁତ ହେବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି ଓ ପରେ ଏହାର ଅଧିକ ଡୋଜ ପ୍ରସ୍ତୁତ ହେବ। ଅନ୍ୟପକ୍ଷରେ ପୁନେସ୍ଥିତ ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଭାରତରେ ଏହି ଟୀକା ପ୍ରସ୍ତୁତ କରିବ ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ସହ ସହଭାଗୀ ହୋଇଛି। ଏହି କମ୍ପାନୀର ସିଇଓ ଅଦର ପୁନାୱାଲା କହିଛନ୍ତି ଯେ ଏହି ପରୀକ୍ଷଣ ସଫଳ ହେଲେ କମ୍ପାନୀ ପର୍ଯ୍ୟାପ୍ତ ପରିମାଣର ଡୋଜ ଉପଲବ୍ଧ କରାଇବ।

- Advertisement -

ଏହି ପରୀକ୍ଷଣରେ ନୂତନ ଟୀକା କୋଭିଡ୍ -୧୯ ସୃଷ୍ଟି କରୁଥିବା ଭାଇରସ୍ ସାରସ୍-କୋଭ୍-୨ ବିରୁଦ୍ଧରେ ସୁସ୍ଥ ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ଏବଂ କେତେ ନିରାପଦ ତାହା ଆକଳନ କରାଯିବ। ଏହି ପ୍ରତିଷେଧକ ଟୀକା ଶତକଡ଼ା ୮୦ଭାଗ ସଫଳତା ଲାଭ କରିଥିବାର ବୈଜ୍ଞାନିକମାନେ କହିଛନ୍ତି। କରୋନା ଭୂତାଣୁ ପ୍ରତିଷେଧକ ଟିକାର ପରୀକ୍ଷା କାର୍ଯ୍ୟକ୍ରମ ପାଇଁ ବ୍ରିଟେନ୍‍ ସରକାର ୨୦ ନିୟୁତ ପାଉଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବ୍ରିଟେନ୍‍ ସ୍ୱାସ୍ଥ୍ୟ ମନ୍ତ୍ରୀ ମ୍ୟାଟ୍‍ ହାନକକ୍‍ କହିଛନ୍ତି, ଏହି ଭୟଙ୍କର ଭୂତାଣୁ ପାଇଁ ଏକ ପ୍ରତିଷେଧକ ଟୀକା ବାହାର କରିବା ଲାଗି ବ୍ରିଟେନ୍‍ ସରକାର ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ପ୍ରତିଷେଧକ ଟୀକା ଏକା ସୁସ୍ଥ ସିମ୍ପାଜି ଭୂତାଣୁରୁ ପ୍ରସ୍ତୁତ କରାଯାଇଛି ଓ ୧୮ରୁ ୫୫ ବର୍ଷ ବୟସ ମଧ୍ୟରେ ଅତ୍ୟନ୍ତ ସୁସ୍ଥ ବ୍ୟକ୍ତିମାନଙ୍କ ଶରୀରରେ ଏହାର ପରୀକ୍ଷା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories