ଖୋର୍ଦ୍ଧା: ଲକ୍ଡ଼ାଉନ ଯୋଗୁଁ ମଦ ଦୋକାନ ବନ୍ଦ । ହେଲେ ମଦୁଆଙ୍କ ଚାହିଦା ମେଣ୍ଟାଇବାକୁ କିଛି ଲୋକ ମୋବାଇଲ ମଦ ବେପାର ଆରମ୍ଭ କରିଛନ୍ତି । ଖୋର୍ଧା ଜିଲା ଅନ୍ତର୍ଗତ ତୋଟାପଡ଼ା ଗ୍ରାମରୁ ଏକ ଟ୍ରକରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି । ଜିଲା ଆରକ୍ଷୀ ଅଧୀକ୍ଷକ ଅଜେୟ ପ୍ରତାପ ସ୍ବାଇଁ ଏ ସମ୍ପର୍କରେ ସୂଚନା ପାଇବା ପରେ ନିଜେ ଚଢ଼ଉର ନେତୃତ୍ବ ନେଇଥିଲେ ।
ଯେଉଁସ୍ଥାନରୁ ଟ୍ରକ୍ ଓ ମଦ ଜବତ କରାଯାଇଛି ସେହି ନିକଟରେ ଏକ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ରହିଛି । ଏଠାରୁ ଦୁଇଟି ଟ୍ରକରେ ଥିବା ବିେଦଶୀ ମଦ ଜବତ କରାଯିବା ସହ ଜିଲାପାଳଙ୍କୁ ଅବଗତ କରାଯାଇଛି। କେଉଁ ଉଦ୍ଦେଶ୍ୟରେ ଏତେ ପରିମାଣର ମଦ ଆସିଥିଲା ତାହାର ତଦନ୍ତ ଚାଲିଛି । ତେବେ ଅନ୍ୟଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟ୍ରକଟି ମଦ ନେଇ ଅନ୍ୟ ସ୍ଥାନକୁ ଯିବାର ଥିଲା, ମାତ୍ର ଲକ୍ ଡ଼ାଉନ ଯୋଗୁଁ ସେଠାରେ ଅଟକି ରହିଥିଲା । ପୁଲିସ ଏହି ତଥ୍ୟର ସତ୍ୟତା ଅନୁସନ୍ଧାନ କରୁଛି ।



