www.samajalive.in
Friday, December 5, 2025
23.1 C
Bhubaneswar

ମାତ୍ର ୬ ଦିନରେ କରୋନାକୁ ହରାଇଲା ନଅ ମାସର ଶିଶୁ

ଡେରାଡୁନ : ଡେରାଡୁନର ଡୁନ୍ ମେଡିକାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତ ନଅ ମାସର ଶିଶୁ ମାତ୍ର ୬ ଦିନରେ କରୋନା ଯୁଦ୍ଧରେ ବିଜୟଲାଭ କରିଛି। ଉତ୍ତରାଖଣ୍ଡରେ ସବୁଠାରୁ କମ୍ ସମୟରେ କରୋନାକୁ ହରାଇଥିବା ଏହି ଶିଶୁଟି ହେଉଛି ପ୍ରଥମ। କ୍ରମାଗତ ଭାବେ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ଶିଶୁଟିକୁ ଡିସଚାର୍ଜ କରାଯାଇଛି। ଏହାପୂର୍ବରୁ ଆଇଏଫ୍ଏସ୍ (IFS)ର ଜଣେ ପ୍ରଶିକ୍ଷକ ସାତ ଦିନ ମଧ୍ୟରେ କରୋନାରୁ ସୁସ୍ଥ ହୋଇଥିଲେ।

ଡେରାଡୁନର ଭାଗବତ ସିଂ କଲୋନୀରେ ଜାମାତରୁ ଫେରିଥିବା ନଅ ମାସର ଶିଶୁର ପିତା କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହା ପରେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା। ଏପ୍ରିଲ ୧୭ରେ ଡୁନ୍ ହସ୍ପିଟାଲରେ ଶିଶୁକୁ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କ ମାଙ୍କୁ ମଧ୍ୟ ସେହି ହସ୍ପିଟାଲରେ କ୍ବାରେନଣ୍ଟାଇନରେ ରଖାଯାଇଥିଲା। କିନ୍ତୁ ମାଆର ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିଲା। ଉଭୟ ମାଆ ଓ ଶିଶୁକୁ ହସ୍ପିଟାଲରେ ରଖାଯାଇଥିଲା। ମାଆକୁ PPE କିଟ୍ ମଧ୍ୟ ପ୍ରଦାନ କରାଯାଇଥିଲା।

- Advertisement -

ଡାକ୍ତର କହିଛନ୍ତି ଯେ, ଏହି ସମୟରେ ଶିଶୁଟିକୁ ସ୍ତନ୍ୟପାନ କରିବାକୁ ଦିଆଯାଉଥିଲା। ସଂକ୍ରମଣ ସହ ଲଢିବାରେ ମାଆ କ୍ଷୀରରେ ଅନେକ କ୍ଷମତା ରହିଛି। ତେଣୁ ଶିଶୁଟି ଶୀଘ୍ର ସୁସ୍ଥ ହେବାର ପଛରେ ଏହା ପ୍ରମୁଖ କାରଣ ହୋଇପାରେ ବୋଲି ଡାକ୍ତର କହିଛନ୍ତି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories