www.samajalive.in
Sunday, December 7, 2025
16.1 C
Bhubaneswar

ଆଜି ରାତି ୧୦ଟାରୁ ବାଲେଶ୍ବର, ଯାଜପୁର ଓ ଭଦ୍ରକ ଜିଲାରେ ୬୦ଘଣ୍ଟିଆ ସଟ୍‌ଡାଉନ୍‌

ଭୁବନେଶ୍ବର : ବାଲେଶ୍ବର, ଯାଜପୁର ଓ ଭଦ୍ରକ ଜିଲାରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ତିନୋଟି ଜିଲାରେ କରୋନା ଭୂତାଣକୁ କିଭଳି ପ୍ରତିହତ କରାଯାଇପାରିବ ସେଥିପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ବର, ଯାଜପୁର ଓ ଭଦ୍ରକ ଜିଲାରେ ୬୦ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ବୋଲି ମୁଖ୍ୟଶାସନ ସଜିବ ଅସିତ୍‌ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଆଜି ରାତି ୧୦ଟାରୁ ୨୬ ତାରିଖ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବାଲେଶ୍ବର, ଯାଜପୁର ଓ ଭଦ୍ରକ ଜିଲା ସଟ୍‌ଡାଉନ୍‌ ରହିବ। ପୂର୍ବରୁ ଭୁବନେଶ୍ବର ଯେଭଳି ହୋଇଥିଲା ସେଭଳି ହେବ। ସଟ୍‌ଡାଉନ୍‌ବେଳେ ଏକ ପ୍ରକାର କର୍ଫୁଭଳି ସ୍ଥିତି ରହିବ। ଏହି ସମୟରେ ୩ ଜିଲାରେ ବ୍ୟାପକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହେବ ଏବଂ କରୋନା ଆକ୍ରାନ୍ତଙ୍କ ବ୍ୟାପକ କଣ୍ଟାକ୍‌ଟେସିଂ କରାଯିିବ। ସଟ୍‌ଡାଉନ୍‌ବେଳ କେହି ବାହାରକୁ ନ ବାହାରିବାକୁ ନିର୍ଦେଶ ଦିଆଯାଇଛି। ଏହି ସମୟରେ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ। ନିର୍ଦିଷ୍ଟ କିଛି ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ବନ୍ଦ ରହିବ। ଯେଉଁମାନେ ରାଜ୍ୟ ବାହାରୁ କିମ୍ବା ପଶ୍ଚିମବଙ୍ଗରୁ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ସରପଞ୍ଚମାନଙ୍କୁ କୁହାଯାଇଛି। ଯେଉଁମାନେ ବାହାର ରାଜ୍ୟରୁ ଆସି ଘରେ ଅଛନ୍ତି ସେମାନେ ନିଜ ଇଚ୍ଛାରେ ଆସି ପଞ୍ଜୀକରଣ କରନ୍ତୁ, ଅନ୍ୟଥା ସେମାନଙ୍କ ବିରୋଧରେ ନିୟମାନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି।
କୋଭିଡ-୧୯ ଯୋଗୁ ଏହି ତିନୋଟି ଜିଲା ଚିନ୍ତାଜନକ ରହିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ୫ ଦିନରେ ଏହି ୩ ଜିଲାରୁ ୨୮ଟି କରେନା ପଜିଟିଭ୍‌ ବାହାରି ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ନମୁନା ପରୀକ୍ଷଣ ଓ କଣ୍ଟ୍ରାକ୍ଟ ଟେଷ୍ଟିଂ ତିନିଗୁଣା କରାଯିବ ବୋଲି ମୁଖ୍ୟଶାସନ ସଚିବ ପ୍ରକାଶ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories