www.samajalive.in
Saturday, December 13, 2025
26.1 C
Bhubaneswar

ହ୍ୱାଟ୍ସଆପରେ ଖୁବ୍‍ଶୀଘ୍ର ଆସିବ ୬ଟି ନୂଆ ଫିଚର୍‍; ଜାଣନ୍ତୁ ଏହା ସହ ଜଡ଼ିତ ଜରୁରୀ ତଥ୍ୟ

ନୂଆଦିଲ୍ଲୀ: ବହୁଳ ବ୍ୟବହୃତ ତଥା ଲୋକପ୍ରିୟ ମେସେଜିଂ ଆପ୍‍ ହ୍ୱାଟ୍ସଆପରେ କିଛି ନୂଆ ଫିଚର୍ସ ଉପଲବ୍ଧ ହେବ। ନୂଆ ଫିଚର୍ସକୁ ନେଇ କାମ ଚାଲିଛି ଏବଂ ଖୁବ୍‍ଶୀଘ୍ର ଏହାକୁ ଲଞ୍ଚ୍‍ କରାଯିବ ବୋଲି ଆଶା କରାଯାଉଛି।

ତେବେ ଆସନ୍ତୁ ଜାଣିବା ସେହି ସବୁ ନୂଆ ଫିଚର୍ସ ବିଷୟରେ –

- Advertisement -

ହ୍ୱାଟ୍ସଆପ୍‍ ଗ୍ରୁପ୍‍ କଲ୍ସ ଲିମିଟ୍‍:

ଦେଶରେ କୋଭିଡ଼୍‍-୧୯ ଲକ୍‍ଡାଉନ୍‍ କାରଣରୁ ସମସ୍ତେ ଘରେ ରହୁଛନ୍ତି, ଏହି ସମୟରେ ଲୋକେ ପରସ୍ପର ସହ ଯୋଡ଼ି ହୋଇ ରହିବାକୁ ଗ୍ରୁପ୍‍ ଭିଡିଓ କଲିଂର ବହୁଳ ବ୍ୟବହାର କରୁଛନ୍ତି। ହେଲେ ଏବେ ହ୍ୱାଟ୍ସଆପ୍‍ ଗ୍ରୁପ୍‍ କଲ୍‍ରେ କେବଳ ୪ ଜଣ ବ୍ୟକ୍ତି ଏକ ସଙ୍ଗେ ଭିଡିଓ କଲିଂରେ କଥା ହୋଇପାରୁଛନ୍ତି, ଏଥିପାଇଁ ଲୋକେ ଅନ୍ୟ ଭିଡିଓ କଲିଂ ପ୍ଲାଟଫର୍ମର ସାହାଯ୍ୟ ନେଉଛନ୍ତି। ତେଣୁ କମ୍ପାନୀ ଏହି ସୀମାକୁ ବଢାଇବାକୁ ବିଚାର କରୁଛି। ମିଳିଥିବା ସୂଚନା ଅନୁସାରେ, ଭବିଷ୍ୟତରେ ହ୍ୱାଟ୍ସଆପ୍‍ ଗ୍ରୁପ୍‍ ଅଡ଼ିଓ ଓ ଭିଡିଓ କଲ୍‍ରେ ୪ରୁ ଅଧିକ ଲୋକଙ୍କୁ ଯୋଡ଼ିବାର ବ୍ୟବସ୍ଥା କରାଯାଉଛି।

ମଲ୍ଟିପଲ୍‍ ଡିଭାଇସ୍‍ ସପୋର୍ଟ:

ସାଧାରଣତଃ ଏବେ ହ୍ୱାଟ୍ସଆପ୍‍ ବ୍ୟବହାରକାରୀ ଏକ ସମୟରେ ନିଜ ଆକାଉଣ୍ଟକୁ ଗୋଟିଏ ହିଁ ଡିଭାଇସ୍‍ରେ ବ୍ୟବହାର କରିପାରୁଛନ୍ତି। ଅନ୍ୟ ଏକ ଡିଭାଇସ୍‍ରେ ଲଗ୍‍ଇନ୍‍ କରିବା ପରେ ପ୍ରଥମ ଡିଭାଇସ୍‍ରେ ଆପେଆପେ ଲଗ୍‍ଆଉଟ୍‍ ହୋଇଯାଉଛି। କିନ୍ତୁ ଏବେ ଏଥିରେ କିଛି ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି। କମ୍ପାନୀ ମଲ୍ଟିପଲ୍‍ ଡିଭାଇସ୍‍ ସପୋର୍ଟ ଫିଚର୍‍ ଉପରେ କାମ କରୁଛି। ଏହି ଫିଚର୍‍ ସେମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ଯେଉଁମାନେ ଏକାଧିକ ଫୋନ୍‍ ବ୍ୟବହାର କରୁଛନ୍ତି କିମ୍ବା ଏକରୁ ଅଧିକ ଡିଭାଇସରେ ନିଜ ହ୍ୱାଟ୍ସଆପ୍‍ ଆକାଉଣ୍ଟ ଚଲାଇବାକୁ ଚାହୁଁଛନ୍ତି।

ସର୍ଚ୍ଚ ଇମେଜ୍‍:

ହ୍ୱାଟ୍ସଆପ୍‍ ପ୍ଲାଟ୍‍ଫର୍ମରେ ମିଥ୍ୟା ଖବର ବା ଗୁଜବ ପ୍ରଚାରକୁ ରୋକିବା ପାଇଁ ପୂର୍ବରୁ ମଧ୍ୟ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ କମ୍ପାନୀ ଏଭଳି ଏକ ଫିଚର୍‍ ଉପରେ କାମ କରୁଛି ଯାହା ସାହାଯ୍ୟରେ ୟୁଜର୍‍ ଆପ୍‍ରେ ପଠାଯାଉଥିବା ଫଟୋଗୁଡ଼ିକର ସତ୍ୟତା ଯାଞ୍ଚ କରିପାରିବେ। ଏହି ଫିଚର୍‍ କାର୍ଯ୍ୟକାରୀ ହେବା ପରେ ଫଟୋର ଡାହାଣ ପାର୍ଶ୍ବରେ ସର୍ଚ୍ଚ ଆଇକନ୍‍ ନଜର ଆସିବ। ଏହାର ଅର୍ଥ ୟୁଜର୍‍ ସିଧାସଳଖ ଚାଟ୍‍ରୁ ରିଭର୍ସ ଗୁଗଲ୍‍ ଇମେଜ୍‍ ସର୍ଚ୍ଚରେ ପହଞ୍ଚିଯିବେ।

ହ୍ୱାଟ୍ସଆପ୍‍ ୱେବ୍‍ ୱିଦାଉଟ୍‍ ଏ ଫୋନ୍‍:

କମ୍ପାନୀ ଏବେ ଏମିତି ଏକ ଫିଚର୍‍ ଉପରେ କାମ କରୁଛି ଯାହା ସାହାଯ୍ୟରେ ଫୋନ୍‍ ବନ୍ଦ ହୋଇଗଲେ ମଧ୍ୟ ଡେସ୍କଟପ୍‍ରେ ଆପଣ ନିଜ ହ୍ୱାଟ୍ସଆପ୍‍କୁ ଆକ୍ସେସ୍‍ କରିପାରିବେ।

ଡିସାପିୟରିଂ ମେସେଜେସ୍‍:

ଏହି ନୂଆ ଫିଚର୍‍ ଆସିବା ପରେ ୟୁଜର୍‍ ଟାଇମ୍‍ ଫ୍ରେମ୍‍ ସେଟ୍‍ କରିପାରିବେ ଯେ, ପଠାଯାଇଥିବା ମେସେଜ୍‍ କେଉଁ ସମୟରେ ଆପେଆପେ ଡିଲିଟ୍‍ ହୋଇଯିବ।

ଇନ୍‍-ଆପ୍‍ ବ୍ରାଉଜିଂ:

ଇନ୍‍-ଆପ୍‍ ବ୍ରାଉଜିଂକୁ ଅନ୍‍ସେଫ୍‍ ପେଜ୍‍ ଡିଟେକ୍ଟ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ଏବଂ ଏହି ଫିଚର୍‍କୁ ଖୁବଶୀଘ୍ର ଜାରି କରାଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories