www.samajalive.in
Friday, December 5, 2025
26.1 C
Bhubaneswar

ନିଶା ବେପାରୀଙ୍କୁ ସୁହାଉଛି ଲକ ଡ଼ାଉନ – ୩୨୦ ବୋତଲ କଫ୍‍ ସିରପ ଜବତ, ୨ ଗିରଫ୍‍

ବୁର୍ଲା/ଚିପିଲିମା: ବର୍ତ୍ତମାନ କରୋନା ଭୁତାଣୁ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବାକୁ ଯାଇ ସରକାରଙ୍କ ତରଫରୁ ଲକ ଡ଼ାଉନ ଘୋଷଣା କରାଯାଇଛି। ଏହି ପରିପେକ୍ଷିରେ ବର୍ତ୍ତମାନ ନିଶା ବେପାରୀଙ୍କ ପାଇଁ ଏହି ଲକ ଡ଼ାଉନ ସୁହାଇଛି। ଶୁନଶାନ ରାସ୍ତାର ସୁଯୋଗ ନେଇ ଆଜି ବରଗଡ଼ ଅଞ୍ଚଳର କିଛି ଯୁବକ ପ୍ରାୟ ତିନୋଟି ପେଟିରେ ନିଶା କଫ୍‍ ସିରଫ୍‍ ନେଇ ବରଗଡ଼ ଅଭିମୁଖେ ତିବ୍ର ଗତିରେ ଫେରାର ହୋଇ ଯାଉଥିଲେ। ଏହାକୁ ନେଇ ଗୋଶାଳା ଫାଣ୍ଡି ତରଫରୁ ଫାଣ୍ଡି ଅଧିକାରୀ ଏଏସଆଇ ଅଜିତ ଧଳସାମନ୍ତ ସଦଳବଳେ ଉକ୍ତ ଯୁବକମାନଙ୍କୁ ସନ୍ଦେହ କରି ପିଛା କରାଯିବା ସମୟରେ ଅନ୍ୟମାନେ ଫେରାର ହୋଇଯାଇଥିବା ବେଳେ ଦୁଇଜଣଙ୍କୁ ପୁଲିସ ୩୨୦ଟି କଫ୍‍ ସିରଫ୍‍ ବୋତଲ ସହ ଗିରଫ୍‍ କରିଥିଲା। ଅନ୍ଧାରିପତ୍ରା ନିକଟରେ ଏହି ନିଶା ବେପାରୀଙ୍କୁ କାବୁ କରାଯାଇଥିଲା। ଏହା ସହିତ ଉକ୍ତ ଯୁବକମାନଙ୍କ ଠାରୁ ପୁଲିସ ଏକ ବାଇକ ଜବତ କରିଛି।

ତେବେ ସମୁଦାୟ ୪ରୁ ପାଞ୍ଚଜଣ ଯୁବକ ଏହି କଫ ସିରପ ସମ୍ବଲପୁର ଅଞ୍ଚଳରୁ ନେଇ ପଦମପୁରରେ ଏହାକୁ ଦେବା ଯୋଜନା କରିଥିଲେ। ଉକ୍ତ ଯୁବକ ଦ୍ୱୟ ହେଲେ ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ସୁଲସୁଲିଆ ଗ୍ରାମର ବିକି ଅଗ୍ରୱାଲ(୩୧) ଏବଂ ତୋରା ଗ୍ରାମର ଯୋଗେଶ ଜାଲ(୩୦) ବୋଲି ବୁର୍ଲା ଥାନାଧିକାରୀ ବିଭୁତି ଭୁଷଣ ଭୋଈ ସୁଚନା ଦେଇଛନ୍ତି। ବୁର୍ଲା ଥାନାରେ କେସ ନମ୍ବର ୨୨୦ ରୁଜୁ ହୋଇଥିବା ବେଳେ ୟୁ/ଏସ୧୮୮/୨୭୪/୨୭୫ ଆଇପିସି ଧାରାରେ ମାମଲା ରୁଜୁ ହେବା ସହିତ ଆସନ୍ତାକାଲି କୋର୍ଟକୁ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories