www.samajalive.in
Thursday, December 11, 2025
18.1 C
Bhubaneswar

୨୪ ଘଣ୍ଟାରେ ୧୩୩୬ ସଂକ୍ରମିତ, ୨ ଦିନ ପାଇଁ ର‍୍ୟାପିଡ୍‍ ଆଣ୍ଟିବଡି ପରୀକ୍ଷା ବନ୍ଦ

ସମାଜ ପୋର୍ଟାଲ ଡେସ୍କ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର ମଙ୍ଗଳବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦେଶରେ କୋଭିଡ୍‍-୧୯ ସଂକ୍ରମିତମାନଙ୍କ ଆରୋଗ୍ୟ ହାର ଶତକଡ଼ା ୧୭ଦଶମିକ୍‍ ୪/୭ ଭାଗ ରହିଛି। ସେ କହିଛନ୍ତି, ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬୧ଟି ଜିଲ୍ଲାରେ ଗତ ୧୪ ଦିନ ମଧ୍ୟରେ ଆଉ କୌଣସି ନୂଆ ବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି। ଗତ ୨୪ ଘଣ୍ଟା ଭିତରେ ଆଉ ୧ହଜାର ୩୩୬ ଜଣ ବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହେବା ସହ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୮ହଜାର ୯୮୫ରେ ପହଞ୍ଚିଛି। ୩ ହଜାର ୨୬୦ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଚାଲିଯାଇଥିବା ବେଳେ ୬୦୩ ଜଣ ବ୍ୟକ୍ତିଙ୍କର ସଂକ୍ରମଣରେ ମୃତ୍ୟୁ ଘଟିଛି।

ସେ କହିଛନ୍ତି, କେନ୍ଦ୍ର ସରକାର କୋଭିଡ୍‍-୧୯ ମୁକାବିଲା ଉପରେ ରାଜ୍ୟଗୁଡ଼ିକୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିସାରିଛନ୍ତି। ଏହାଛଡ଼ା ଡାଇଲିସିସ୍‍, ଏସ୍‍.ଆଇ.ଭି. ଓ କର୍କଟ ରୋଗ ଆଦିର ଚିକିତ୍ସାରେ ମଧ୍ୟ ସରକାର ସହାୟତା ଯୋଗାଇ ଦେବେ ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, ପଶ୍ଚିମବଙ୍ଗରର କୋଲକାତା ଓ ଜଲପାଇଗୁଡ଼ିକୁ ଯାଇଥିବା କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରୀସ୍ତରୀୟ ଟିମ୍‍ ଗୁଡ଼ିକୁ ସହଯୋଗ କରାଯାଉ ନାହିଁ। ସେମାନଙ୍କୁ ବିଭିନ୍ନ ଅଞ୍ଚଳଗସ୍ତ କରିବାକୁ ଦିଆଯାଉ ନାହିଁ କିମ୍ବା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସହ ଭେଟିବାକୁ ଦିଆଯାଉ ନାହିଁ। ମୁଖପାତ୍ର କହିଛନ୍ତି, ଦୁର୍ବିପାକ ପରିଚାଳନା ଆଇନ୍‍ ୨୦୦୫ ଅନୁସାରେ କେନ୍ଦ୍ର ସରକାର ଜାରି କରିଥିବା ନିର୍ଦ୍ଦେଶର ଏହାଦ୍ୱାର ଲଙ୍ଘନ କରାଯାଉଛି।

- Advertisement -

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ରାଜ୍ୟଗୁଡ଼ିକୁ ଚିଠି ଲେଖିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ମୁଖପାତ୍ର ଜଣାଇଛନ୍ତି, ଏତଦଜନିତ ୪ଲକ୍ଷ ୪୯ ହଜାର କୋଭିଡ୍‍-୧୯ ନମୁନାର ପରୀକ୍ଷା କରାଯାଇ ସାରିଛି। ଅନ୍ୟ ପକ୍ଷରେ କେତେକ ରାଜ୍ୟରୁ ର‍୍ୟାପିଡ୍‍ ଆଣ୍ଟିବଡି ପରୀକ୍ଷା ରିପୋର୍ଟରେ ତ୍ରୁଟି ରହୁଥିବା ଅଭିଯୋଗ ମିଳିବା ପରେ ଆସନ୍ତା ଦୁଇ ଦିନ ପାଇଁ ନୂତନ ର‍୍ୟାପିଡ୍‍ ଆଣ୍ଟିବଡି ପରୀକ୍ଷା ବ୍ୟବସ୍ଥାର ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories