www.samajalive.in
Saturday, December 6, 2025
16.1 C
Bhubaneswar

କୋଭିଡ-୧୯ ପରିସ୍ଥିତି ସମୀକ୍ଷା କରିବେ ୬ଟି ଆନ୍ତଃମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଟିମ୍‍

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ସରକାର କୋଭିଡ-୧୯ ପରିସ୍ଥିତିର ସମୀକ୍ଷା ପାଇଁ ୬ଟି ଆନ୍ତଃମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଟିମ୍‍ ଗଠନ କରିଛନ୍ତି। ସରକାର ଏ ସଂକ୍ରାନ୍ତରେ ରାଜ୍ୟ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଓ ସେମାନଙ୍କର ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି। ଏହି ଟିମ୍‍ଗୁଡ଼ିକ ଗୃହମଧ୍ୟରେ ଆବଦ୍ଧ ହୋଇ ରହିବାର କଟକଣାର ସଠିକ୍‍ ପାଳନ, ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଯୋଗାଣ, ଶାରୀରିକ ଦୂରତ୍ୱ ବଜାୟ ରଖାଯିବା, ସ୍ୱାସ୍ଥ୍ୟ ଓ ମୌଳିକ ଢ଼ାଞ୍ଚାଗୁଡ଼ିକର ପ୍ରସ୍ତୁତି, ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟରତ ପେଶାଦାରମାନଙ୍କର ସୁରକ୍ଷା ଓ ଶ୍ରମିକ ଏବଂ ଗରିବ ଲୋକମାନଙ୍କ ପାଇଁ ନିର୍ମିତ ରିଲିଫ୍‍ ଶିବିର ଆଦିର ସମୀକ୍ଷା କରିବେ।

ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲଂଘନ ହେଉଥିବାର ଖବର ମାନ ମିଳୁଛି, ଯାହା ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିପାରିବ। କିଛି ସ୍ଥାନରେ ସ୍ୱାସ୍ଥ୍ୟକ୍ଷେତ୍ରର ପେଶାଦାରମାନଙ୍କ ପ୍ରତି ହିଂସାତ୍ମକ କାର୍ଯ୍ୟ, ଶାରୀରିକ ଦୂରତ୍ୱ ବଜାୟ ରଖିବାର ଲଂଘନ ଓ ଯାନବାହାନ ଚଳାଚଳ କରୁଥିବାର ଖବରମାନ ଆସି ପହଞ୍ଚିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସଂକ୍ରାନ୍ତରେ ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀଗୁଡ଼ିକର କଡ଼ାକଡ଼ି ଭାବେ ପାଳନକୁ ନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories