www.samajalive.in
Sunday, December 14, 2025
26.1 C
Bhubaneswar

ବାହାରୁ ଆସିଥିବା ଶ୍ରମିକଙ୍କୁ ରେଡିଓ ହୀରାଖଣ୍ଡର ଖାଦ୍ୟ ବଣ୍ଟନ

ସମ୍ବଲପୁର : କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଦେଶକୁ ସରକାର ଲକ ଡାଉନ କରିଛନ୍ତି। ଏଣୁ ଏହି ସମୟରେ ସମ୍ବଲପୁରର ବିଭିନ୍ନ ବସ୍ତି ଅଞ୍ଚଳ ମାନଙ୍କରେ ରହୁଥିବା ପ୍ରବାସୀ ଶ୍ରମିକ, ଦିନ ମଜୁରିଆ, ଘରୋଇ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀ ମାନେ ଏବେ ରୋଜାଗରହୀନ ହୋଇ ଭୋକ ଉପାସରେ ରହୁଛନ୍ତି। ଏହି ଲୋକ ମାନଙ୍କ ମଧ୍ୟରେ ବହୁ ବ୍ୟକ୍ତି ସରକାରଙ୍କ ଦ୍ୱାରା ପ୍ରଣିତ ଯୋଜନା ମାନଙ୍କରେ ସାମିଲ ନୁହନ୍ତି। ସେମାନେ ନିଜର ଜୀବିକା ନିର୍ବାହ ପାଇଁ ବହୁ ଦୂରାନ୍ତରୁ ଆସି ସହରରେ କାମ କରି ବସ୍ତି ମାନଙ୍କରେ ରହି ନିଜର ତଥା ପରିବାରର ପେଟ ପାଳୁଛନ୍ତି। ଲକ ଡାଉନ ଯୋଗୁଁ ଆର୍ଥିକ ଅନାଟନ ମଧ୍ୟରେ ଗତି କରୁଥିବା ନିଜ ତଥା ପରିବାରର ଖାଦ୍ୟ ଯୋଗାଡ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଗୋଷ୍ଠୀ ବେତାର କେନ୍ଦ୍ର, ରେଡିଓ ହୀରାଖଣ୍ଡ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁପ୍ରତିଭା ଓ ଗୁଞ୍ଜର ମିଳିତ ସହଯୋଗରେ ସେଭଳି ବ୍ୟକ୍ତି ମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ଯେଉଁ ମାନେ ସୁବିଧା ସୁଯୋଗ ପାଉ ନାହାନ୍ତି। ରବିବାର ଦଲଦଲିପଡା ଠାରେ ୭୫ଟି ପରିବାରଙ୍କୁ ଚାଉଳ, ଡାଲି, ଲୁଣ, ତେଲ, ମସଲା, ସୋୟାବିନ, ସାବୁନ ଆଦି ସମ୍ବଳିତ ଖାଦ୍ୟ ପୁଡିଆ ପ୍ରଦାନ କରାଯାଇଛି। ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଅନ୍ୟ ବସ୍ତି ମାନଙ୍କରେ ମଧ୍ୟ କରାଯିବ ବୋଲି ରେଡିଓ ହୀରାଖଣ୍ଡର ସହ ନିର୍ଦ୍ଦେଶିକା ପିଙ୍କି ପ୍ରଧାନ କହିଛନ୍ତି। ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ କରୋନା ସର୍ମ୍ପକରେ ବସ୍ତି ବାସିନ୍ଦା ମାନଙ୍କୁ ପରିବେଶକୁ ସ୍ୱଚ୍ଛ ରଖିବା, ସାବୁନରେ ଭଲ ଭାବରେ ଧୋଇବା, ସାମାଜିକ ଦୂରତା ରକ୍ଷା, ମାସ୍କର ବ୍ୟବହାର ଇତ୍ୟାଦି ବିଷୟରେ ସଚେତନ କରାଯାଇଥିଲା। ସମ୍ବଲପୁର ମହାନଗର ନିଗମର ଉପ କମିଶନର ଅଞ୍ଜଲିନା ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଖାଦ୍ୟ ବଣ୍ଟନ କରିଥିଲେ। ଏହି ଅବସରରେ ମହାନଗର ନିଗମ ଅଧିକାରୀ ଅପର୍ଣ୍ଣ ପାଢ଼ୀ, ରେଡିଓ ହୀରାଖଣ୍ଡର ସହ ନିର୍ଦ୍ଦେଶିକା ପିଙ୍କି ପ୍ରଧାନ, ଲଳିତ ମୋହନ ବେବର୍ତ୍ତା, କୃଷ୍ଣଚନ୍ଦ୍ର ବାଗ, ରାଜେନ୍ଦ୍ର ସତନାମୀ, ଅକ୍ଷୟ କୁମାର ଜେନା, ସୁରେନ୍ଦ୍ର ବଗର୍ତ୍ତି, କ୍ଷିତୀଶ ବାଗ, ବାବଲୁ ମେହେର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories