www.samajalive.in
Wednesday, December 10, 2025
26.1 C
Bhubaneswar

୧୫ ହଜାର ଛୁଇଁବ ସଂକ୍ରମଣ

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟା ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ୭୯୨ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୪୮୮ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ନୂଆ ୯୯୧ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟା ୪୩ ବୃଦ୍ଧି ପାଇଛି। ମୋଟ ୧୯୯୧ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ଶନିବାର ୨୮୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହି ସଂଖ୍ୟା ମୋଟ ୩୨୦୨ ଅତିକ୍ରମ କରିଛି। ଗତ ୨୪ଘଣ୍ଟାରେ କେବଳ ମୁମ୍ବଇରେ ୧୭୭ ସଂକ୍ରମିତ ହୋଇଛନ୍ତି। ସେହିଭଳି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୯୪ ହୋଇଛି। ଅପରପକ୍ଷରେ ତାଲାବନ୍ଦ ଯୋଗୁଁ ବିହାରର ପାଟନା, ପଶ୍ଚିମବଙ୍ଗର ନଦିଆ ଓ ହରିୟାଣାର ପାନିପତ ଜିଲାରେ ଗତ ଦୁଇ ସପ୍ତାହ ମଧ୍ୟରେ ସଂକ୍ରମଣକୁ ସମ୍ପୂର୍ଣ୍ଣ ରୋକାଯାଇପାରିଛି। ଗୁରୁବାର ସରକାରଙ୍କ ପକ୍ଷରୁ ୧୭ ରାଜ୍ୟର ୨୭ଜିଲାରେ କରାଯାଇଥିବା ପରୀକ୍ଷାରୁ ଗୋଟିଏ ହେଲେ ସଂକ୍ରମଣ ମାମଲା ସାମ୍ନାକୁ ଆସି ନାହିଁ। ଗତ ୧୪ଦିନ ମଧ୍ୟରେ ୨୩ ରାଜ୍ୟର ୪୫ ଜିଲାରେ କୌଣସି ନୂଆ ସଂକ୍ରମଣ ହୋଇ ନ ଥିବା ଅଗ୍ରୱାଲ ସୂଚନା ଦେଇଛନ୍ତି। ଓଡ଼ିଶାରେ ମଧ୍ୟ ହଟ୍‌ସ୍ପଟ୍‌ ଚିହ୍ନିତ ୨ ଜିଲା ଖୋର୍ଦ୍ଧା ଏବଂ ଭଦ୍ରକରେ ଗତ ୧୪ ଦିନ ମଧ୍ୟରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ବୋଲି ଶ୍ରୀ ଅଗ୍ରୱାଲ କହିଥିଲେ। ସେ କହିଥିଲେ ଯେ ୭୫ବର୍ଷରୁ ଅଧିକ ବୟସ୍କ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଅଧିକ ଏବଂ ଭାରତର କରୋନା ମୃତ୍ୟୁ ହାର ମାତ୍ର ୩.୩ ପ୍ରତିଶତ। ଶୂନ୍ୟରୁ ୪୫ବର୍ଷ ମଧ୍ୟରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୪.୪ ପ୍ରତିଶତ ୪୫ରୁ ୬୦ ବର୍ଷ ମଧ୍ୟରେ ଏହା ୧୦.୩ ପ୍ରତିଶତ ଓ ୬୦ରୁ ୭୫ ମଧ୍ୟରେ ଏହି ପରିମାଣ ୩୩.୧ ପ୍ରତିଶତ ଓ ୭୫ବର୍ଷର ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୪୨.୨ ପ୍ରତିଶତ ବୋଲି ସେ ଦର୍ଶାଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଶନିବାର କରୋନା ମୁକାବିଲା କୋର୍‌ କମିଟିର ବୈଠକ ଅନୁଷ୍ଠିତ ହୋଇଛି।

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ତବଲିଗି ଜମାତକୁ ଏକରକମ ଦାୟୀ କରିଛନ୍ତି କେନ୍ଦ୍ର ସରକାର। ଶନିବାର ସୁଦ୍ଧା ସାରା ଦେଶରେ ମୋଟ ୧୪୩୭୮ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାବେଳେ ଏଥିମଧ୍ୟରୁ ଜମାତ ସହିତ ସମ୍ପୃକ୍ତଙ୍କ ସଂଖ୍ୟା ୪୨୯୧; ଅର୍ଥାତ୍‌ ୨୯.୮ ପ୍ରତିଶତ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି। ଦିଲ୍ଲୀର ନିଜାମୁଦ୍ଦିନସ୍ଥିତ ମରକଜଠାରେ ମାର୍ଚ୍ଚ ୧୪ରେ ଅନୁଷ୍ଠିତ ତବଲିଗି ଜମାତ ସମ୍ମିଳନୀ ମାଧ୍ୟମରେ ସଂକ୍ରମଣ ବ୍ୟାପିଥିବା ଓ ଏହା ଦେଶବାସୀଙ୍କ ହଂସା ଉଡ଼ାଇଥିବା ଅଗ୍ରୱାଲ କହିଛନ୍ତି। ଜମାତ ସଦସ୍ୟଙ୍କ ଯୋଗୁଁ ହଠାତ୍‌ ସଂକ୍ରମଣ ପରିମାଣ ବୃଦ୍ଧି ଘଟିଥିଲା। ତାମିଲନାଡୁ, ଦିଲ୍ଲୀ, ତେଲଙ୍ଗାନା ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ସଂକ୍ରମଣ ଘଟିଥିବା ଅଗ୍ରୱାଲ କହିଛନ୍ତି। ଜମାତ ସଦସ୍ୟମାନେ ଦେଶର ୨୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣର ବାହକ ହୋଇଛନ୍ତି। ସେମାନଙ୍କ ଯୋଗୁଁ ଉପରୋକ୍ତ ୫ରାଜ୍ୟ ସର୍ବାଧିକ ପ୍ରଭାବିତ ହୋଇଛି। ତାମିଲନାଡୁରେ ମୋଟ ସଂକ୍ରମଣ ମଧ୍ୟରୁ ୮୪ ପ୍ରତିଶତ ଜମାତ ସଦସ୍ୟଙ୍କ ମାଧ୍ୟମରେ ହୋଇଥିଲାବେଳେ ତେଲଙ୍ଗାନାରେ ୭୯ ପ୍ରତିଶତ, ଦିଲ୍ଲୀରେ ୬୩ ପ୍ରତିଶତ, ଆନ୍ଧ୍ରରେ ୬୧ ଓ ଉତ୍ତରପ୍ରଦେଶରେ ୫୯ପ୍ରତିଶତ ସଂକ୍ରମଣ ସେଇମାନଙ୍କ ମାଧ୍ୟମରେ ବ୍ୟାପିଛି। ଓଡ଼ିଶା ଏହି ୨୩ ରାଜ୍ୟ ମଧ୍ୟରେ ରହିଛି। ଜମାତ ସମ୍ମିଳନୀରେ ଯୋଗ ଦେଇଥିବା ୧୬ ଦେଶର ୩୦୦ ପ୍ରତିନିଧି ମଧ୍ୟ ସଂକ୍ରମଣର ବାହକ ହୋଇଛନ୍ତି। ଜମାତ ସଦସ୍ୟଙ୍କ ବିନା ଭାରତର ସ୍ଥିତି ବିଗିଡ଼ି ନ ଥା’ନ୍ତା ବୋଲି ଅଗ୍ରୱାଲ ସୂଚନା ଦେଇଛନ୍ତି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories