www.samajalive.in
Saturday, December 6, 2025
16.1 C
Bhubaneswar

ଭାରତର ସୁସ୍ଥତା ଓ ମୃତ୍ୟୁହାର ଆଶ୍ବସ୍ତିକର

ନୂଆଦିଲ୍ଲୀ: ଭାରତର ୩୨୫ ଜିଲା ସମ୍ପୂର୍ଣ୍ଣ ଭାବେ କରୋନା ଭୂତାଣୁମୁକ୍ତ। ଏହି ଜିଲାଗୁଡ଼ିକରେ କରୋନା ଦୂରେଇ ରହିଛି। କେତେକ ଜିଲାରେ ଗତ ଦୁଇ ସପ୍ତାହ ମଧ୍ୟରେ ନୂଆ ସଂକ୍ରମଣ ହୋଇ ନାହିଁ। ସେହିଭଳି ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥତା ହାର ମଧ୍ୟ ଆଶ୍ବସ୍ତିକର। ଗୁରୁବାର ଗୋଟିଏ ଦିନରେ ୧୮୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅଦ୍ୟାବଧି ମୋଟ ୧୨.୨ ପ୍ରତିଶତ ସୁସ୍ଥ ହୋଇଥିବା ଓ ଏହି ସଂଖ୍ୟା ୪୮୯ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ଅପରପକ୍ଷରେ ମୃତ୍ୟୁ ହାର ୩.୩ ପ୍ରତିଶତ ରହିଛି। ସମଗ୍ର ବିଶ୍ବ ତୁଳନାରେ ଭାରତର ସୁସ୍ଥତା ଓ ମୃତ୍ୟୁ ହାର ଅଧା ବୋଲି କହିଛନ୍ତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ। ବିଶ୍ବରେ ସୁସ୍ଥତା ହାର ୨୪.୮୬ ପ୍ରତିଶତ ହୋଇଥିବାବେଳେ ମୃତ୍ୟୁ ହାର ୬.୪୭ ବୋଲି ଅଗ୍ରୱାଲ ଦର୍ଶାଇଛନ୍ତି।

ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ମୁଖ୍ୟ ଡା. ଆର. ଗଙ୍ଗାଖେଡ଼କରଙ୍କ ସୂଚନାନୁଯାୟୀ, ଦେଶରେ ଗୋଟିଏ ଦିନରେ ୩୦ହଜାର ୪୩ କରୋନା ପରୀକ୍ଷା କରାଯାଇଛି; ଯାହାକି ସର୍ବାଧିକ। ସରକାର ପରୀକ୍ଷାଗାରରେ ୨୬ ହଜାର ୩୩୧ ଓ ଘରୋଇ କ୍ଷେତ୍ରରେ ୩୭୧୨ ବୋଲି ସେ କହିଛନ୍ତି। ଅଦ୍ୟାବଧି ୨ଲକ୍ଷ ୯୦ହଜାର ୪୦୧ ପରୀକ୍ଷା କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏହି ଅନୁପାତରେ ହିସାବ କଲେ ଦିନକରେ ଗୋଟିଏ ପର୍ୟ୍ୟାୟରେ ୪୨ହଜାର ୪୧୮ ଓ ଦୁଇ ପର୍ୟ୍ୟାୟରେ ଭାରତରେ ୭୮ହଜାର ୨୨୭ ପରୀକ୍ଷା କରାଯାଇପାରିବ ବୋଲି ଆଇସିଏମ୍‌ଆର ମୁଖ୍ୟ କହିଛନ୍ତି। ଏହା ଅନ୍ୟ ଦେଶ ତୁଳନାରେ ଅଧିକ ବୋଲି ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ କରୋନା ପଜିଟିଭ୍‌ ପରୀକ୍ଷା ହାର ଭାରତରେ ଦିନକୁ ୨୪ ଥିବାବେଳେ ଜାପାନରେ ୧୧ ଓ ବ୍ରିଟେନ୍‌ରେ ମାତ୍ର ୩।

- Advertisement -

ଅପରପକ୍ଷରେ ଦେଶର ଜନ ସଂଖ୍ୟା ତୁଳନାରେ ଭୂତାଣୁ ସଂକ୍ରମଣ ଅଧିକ ନୁହେଁ; ଏଥିନେଇ ଚିନ୍ତା କରିବା ଅନୁଚିତ। କରୋନା ମୁକାବିଲା କ୍ଷେତ୍ରରେ ଭାରତ ଉଚିତ ମାର୍ଗରେ ଗତି କରୁଛି; ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆହୁରି ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ୱାର୍ଲଡମିଟର୍ସ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅଧିକ ସଂଖ୍ୟାରେ ଭୂତାଣୁ ପରୀକ୍ଷା କରାଯିବା ଉପରେ ସେମାନେ ଗୁରୁତ୍ବ ଦେଇଛନ୍ତି। ଭାରତର ଜନସଂଖ୍ୟା ୧୩୦ କୋଟିରୁ ଅଧିକ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ସେହି ଅନୁସାରେ ନଗଣ୍ୟ। ଆମେରିକା ଓ ସ୍ପେନ୍‌ କିମ୍ବା ଇଟାଲୀ ଭଳି ସ୍ଥିତି ଭାରତରେ ନାହିଁ ବୋଲି କହିଛନ୍ତି ଡା. ରବି ଶେଖର ଝା, ଡା. ଅରବିନ୍ଦ କୁମାର, ଡା. ରାଜେଶ ଚାୱଲା ଓ ଡା. ସନ୍ଦୀପ ବୁଦ୍ଧିରାଜା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories