www.samajalive.in
Wednesday, December 10, 2025
14.1 C
Bhubaneswar

ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ବର : କୋଭିଡ୍‍-୧୯ ସମ୍ପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ ଗୋଷ୍ଠୀ ବୈଠକ ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ପ୍ରସ୍ତାବ ଦେଇ କହିଥିଲେ ଯେ ରାଜ୍ୟରେ ଏକ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ଏବଂ ତା’ ସହିତ ସମସ୍ତ ପ୍ରମୁଖ ରୋଗର ନିବାରଣ ଉତ୍କର୍ଷ ପ୍ରଶିକ୍ଷଣ କେନ୍ଦ୍ର ଏବଂ ବିଭିନ୍ନ ଚିକିସ୍ଥା ପଦ୍ଧତି ସମ୍ପର୍କରେ ଗବେଷଣା, ପ୍ରତିରୋଧ କ୍ଷମତା କେନ୍ଦ୍ର ପ୍ରତିଷ୍ଠା କରାଯିବା ଉଚିତ। ଏହାଦ୍ୱାରା ଅଧିକରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ଆପଦକାଳୀନ ସ୍ଥିତିର କିପରି ସମ୍ମଖୀନ ହେବାକୁ ପଡ଼ିବ ସେ ସମ୍ପର୍କରେ ତାଲିମପ୍ରାପ୍ତ ହେବା ସହିତ ମେଡ଼ିକାଲ୍‍, ନର୍ସିଂ, ଫାର୍ମାସି ଓ ଅନ୍ୟ ପାରାମେଡ଼ିକାଲ୍‍ ପାଠ୍ୟକ୍ରମ ସମ୍ପର୍କରେ ଅବଗତ ହୋଇପାରିବେ। ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟରେ ଅଧିକ ସଂଖ୍ୟକ କୋଭିଡ୍‍-୧୯ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ। ଫଳରେ କରୋନା ସଂକ୍ରମଣ ରୋକାଯାଇପାରିବ। ଏଥିପାଇଁ ଆବଶ୍ୟକ ସଂଖ୍ୟକ ପରୀକ୍ଷଣ କିଟ୍‍ ତୁରନ୍ତ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବାପାଇଁ ପ୍ରସ୍ତାବ ଦେଇଥିଲେ। ଏହା ସହିତ ସଙ୍ଗରୋଧରେ ରହୁଥିବା ବ୍ୟକ୍ତି ଏବଂ ସେମାନଙ୍କର ଚଳପ୍ରଚଳ ସମ୍ପର୍କରେ କୋଭିଡ୍‍-୧୯ ନିରୀକ୍ଷଣ ଟିମ୍‍ ନିରନ୍ତର ନଜର ରଖିବା ଓ ରୋକ୍‍ ଲଗାଇବା ଦରକାର।
ବୁର୍ଲାସ୍ଥିତ ଭିମ୍‍ସାର ପାଇଁ ଗୋଟିଏ କୋଭିଡ୍‍ ପରୀକ୍ଷଣ ମେସିନ୍‍ ଯୋଗାଇ ଦିଆଯାଇଥିବାବେଳେ ଅଞ୍ଚଳର ଜନସଂଖ୍ୟାକୁ ଦୃଷ୍ଟିରେ ଅଧିକ ଦୁଇଟି ମେସିନ୍‍ ଯୋଗାଇ ଦେବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ପ୍ରସ୍ତାବ ରଖିଛନ୍ତି। ଏହା ଫଳରେ ସମ୍ପୃକ୍ତ ଅଞ୍ଚଳରେ ବହୁଳ ଭାବରେ କରୋନା ସଂକ୍ରମିତ ରୋଗୀଙ୍କର ପରୀକ୍ଷା ହୋଇପାରିବ। ସେହିପରି କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟ, ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ୍‍ କଲେଜ ଓ ହସ୍‍ପିଟାଲ୍‍, ଭୁବନେଶ୍ୱରର ସମ୍‍ହସ୍‍ପିଟାଲ୍‍, କିମ୍ସ ହସ୍‍ପିଟାଲ୍‍, ହାଇଟେକ୍‍ ମେଡ଼ିକାଲ୍‍ କଲେଜ ଓ ହସ୍‍ପିଟାଲ୍‍ଠାରେ ମଧ୍ୟ କରୋନା ଭୂତାଣୁ ପରୀକ୍ଷଣ ସୁବିଧା ହୋଇପାରିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories