www.samajalive.in
Saturday, December 13, 2025
26.1 C
Bhubaneswar

୭ଦିନ ମଧ୍ୟରେ କେନ୍ଦୁଝରରେ କାର୍ଯ୍ୟକ୍ଷମ ହେବ କୋଭିଡ-୧୯ ହସ୍ପିଟାଲ

କେନ୍ଦୁଝର : କେନ୍ଦୁଝରରେ ନିର୍ମାଣାଧିନ ‘କୋଭିଡ-୧୯ ହସ୍ପିଟାଲ’ର ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଗୁରୁବାର ପୂର୍ବାହ୍ନରେ କେନ୍ଦୁଝର ଗସ୍ତ କରି ସମୀକ୍ଷା କରିଛନ୍ତି। କରୋନା ଭାଇରସ ‘କୋଭିଡ-୧୯’ ସଂକ୍ରମଣ ବିଶ୍ୱରେ ମହାମାରୀ ରୂପ ଧାରଣ କରିଥିବା ବେଳେ କେନ୍ଦୁଝର ଜିଲାରେ ଏହାକୁ ରୋକିବା ନେଇ ଜିଲା ପ୍ରଶାସନ ପକ୍ଷରୁ ଜାରି ରହିଥିବା ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଉଭୟ ଅଧିକାରୀ ସନ୍ତୋଷବ୍ୟକ୍ତ କରିଛନ୍ତି। ଏଥିସହ କେନ୍ଦୁଝରରେ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ହସ୍ପିଟାଲ ପ୍ରସ୍ତୁତି କାର୍ଯ୍ୟ କିଭଳି ଆସନ୍ତା ୭ଦିନ ମଧ୍ୟରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ସେ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି।

- Advertisement -

ଏହାବ୍ୟତୀତ କରୋନା ଭଳି ମହାମାରୀ ସମୟରେ କେହି ଯେଭଳି ବିଶେଷ ପ୍ରଭାବିତ ନହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାସହ ମନରେଗା କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଆରମ୍ଭ କରିବାକୁ ସଚିବ ଶ୍ରୀ ତ୍ରିପାଠୀ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟାନ୍ୟ ଜୀବିକାଭିତ୍ତିକ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସହ କିଭଳି ସାମାଜିକ ଦୂରତା ବଜାୟ ରହିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ ୫-ଟି ସଚିବ ପାଣ୍ଡିଆନ ପରାମର୍ଶ ଦେଇ ଏହା କହିଛନ୍ତି। ଖରିଫ ଚାଷ ଯେଭଳି ପ୍ରଭାବିତ ନହୁଏ ତାହାକୁ ଆଖିଆଗରେ ରଖି ଚାଷୀ କିଭଳି ବିହନ ଓ ସାର ସଠିକ ସମୟରେ ପାଇ ପାରିବେ, କୃଷି ଉତ୍ପାଦିତ ସାମଗ୍ରୀର ବିପଣନ ସହ ଉଚିତ ପ୍ରାପ୍ୟ ସୁନିଶ୍ଚିତ କରିବା, ତାଲାବନ୍ଦ ପର୍ଯ୍ୟନ୍ତ ଗରୀବ ଓ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ, ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଯେଭଳି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କେନ୍ଦୁଝର ସହର ଉପକଣ୍ଠ ରାଙ୍କିସ୍ଥିତ ନବନିର୍ମିତ ‘ଅନ୍ୱେଷା’ ହଷ୍ଟେଲକୁ ଅସ୍ଥାୟୀ ଭାବେ ‘କୋଭିଡ-୧୯’ ହସ୍ପିଟାଲ କାର୍ଯ୍ୟକ୍ଷମ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜିଲା ଖଣିଜ ପାଣ୍ଠି ବ୍ୟୟରେ ନିର୍ମିତ ଏହି ହସ୍ପିଟାଲର ପରିଚାଳନା ଦାୟିତ୍ୱ ଭୁବନେଶ୍ୱରର ଉତ୍କଳ ହେଲ୍‍ଥକେୟାର ପ୍ରା.ଲିଃ. ଓ ଜିଲା ପ୍ରଶାସନ ସହ ବୁଝାମଣାପତ୍ର ଚୁକ୍ତି ସ୍ୱାକ୍ଷର ହୋଇଥିବା ବେଳେ ଏହି ହସ୍ପିଟାଲ ୨୦୦ଶର୍ଯ୍ୟା ବିଶିଷ୍ଟ ହେବ। ଏଥିସହ ଏହି ହସ୍ପିଟାଲରେ ଆଇସୋଲେସନ କ୍ୟାବିନ ଓ ଆଇସୋଲେସନ ୱାର୍ଡ ସହ ଆଇସିୟୁ ଭେଣ୍ଟିଲେଟର ସୁବିଧା ମଧ୍ୟ ଉପଲବ୍ଧ ହେବ। କରୋନା ସନ୍ଦିଗ୍ଧ କିମ୍ବା ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ଟାଟା ଷ୍ଟିଲ କମ୍ପାନୀ ପକ୍ଷରୁ ଯୋଡା ଠାରେ ଏକ ୫୦ଶର୍ଯ୍ୟା ବିଶିଷ୍ଟ ଜିଲାର ପ୍ରଥମ ‘କୋଭିଡ-୧୯’ ହସ୍ପିଟାଲ ଚଳିତମାସ ୧୦ ତାରିଖ ଲୋକାର୍ପିତ ହୋଇସାରିଛି। ଏହି ଗସ୍ତ ସମୟରେ ଜିଲାପାଳ ଆଶିଷ ଠାକରେ, ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଶୋକ କୁମାର ଦାଶ, ଉତ୍କଳ ହେଲ୍‍ଥକେୟାର ପ୍ରା.ଲିଃ. ଭୁବନେଶ୍ୱରର ସିଇଓ ସୟଦ କମରନ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ।

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories