ଭୁବନେଶ୍ବର (ବ୍ୟୁରୋ): ରାଜ୍ୟ ସରକାରଙ୍କ କୋବିଦ ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ରାଜ୍ୟବାସୀଙ୍କୁ ଦେଇଛନ୍ତି କରୋନା ପରାମର୍ଶ । ରାଜ୍ୟରେ କରୋନା ସଂକ୍ରମଣ, ଆରୋଗ୍ୟ, ରୋଗୀ ସଂଖ୍ୟା, ରୋଗୀଙ୍କ ପାଇଁ ପ୍ରସ୍ତୁତ ଡ଼ାକ୍ତରଖାନା ଓ ଶଯ୍ୟା ସଂଖ୍ୟା ସମ୍ପର୍କରେ ସୂଚନା ଦେବା ସହ ସେ ୧୨ଟି ଶୁଣାକଥାକୁ ନ ଶୁଣିବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଶୁଣାକଥାର କୌଣସି ଆଧାର ନାହିଁ । ତେଣୁ ଏପରି ଭ୍ରାନ୍ତ ଧାରଣାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ସେ କହିଛନ୍ତି । ସେ ଯେଉଁ ପରାମର୍ଶ ଦେଇଛନ୍ତି ତାହା ନିମ୍ନରେ ଉଲ୍ଲେଖ କରାଗଲା ।
- ମଦ ପିଇଲେ କରୋନା ହେବ ନାହିଁ
- ରସୁଣ ଖାଇଲେ କରୋନା ହେବ ନାହିଁ
- ଛୁଆ ଓ ଯୁବକଙ୍କୁ କରୋନା ହେବ ନାହିଁ
- ଆଣ୍ଟିବାୟୋଟିକ ଔଷଧ ଖାଇଲେ କରୋନା ହେବ ନାହିଁ
- କ୍ଲୋରିନ ପାଣିରେ କୁଳୁକୁଞ୍ଚା କଲେ କରୋନା ହେବ ନାହିଁ
- ମଶା କାମୁଡାରୁ ମଧ୍ୟ କରୋନା ସଂକ୍ରମିତ ହୋଇପାରେ
- ଗରମ ପାଣିରେ ଗାଧୋଇଲେ କରୋନା ହେବ ନାହିଁ
- କରୋନା ଥରେ ହେଲେ ଜୀବନ ସାରା ଗୋଡାଇବ
- କରୋନା ଭୂତାଣୁ ୨୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ କରୋନା ଭାଇରସ ମରିଯିବ
- ନାକରେ ଲୁଣପାଣି ପୂରାଇଲେ କରୋନା ହେବ ନାହିଁ
- ପ୍ରଶ୍ୱାସ ନେଇ ୧୦ ସେକେଣ୍ଡ ସ୍ଥିର ରଖିପାରିଲେ କରୋନା ହୋଇନାହିଁ
- ପୋଷା କୁକୁର ଓ ବିଲେଇ, ଜୀବଜନ୍ତୁଙ୍କ ଠାରୁ କରୋନା ହୋଇପାରେ



