www.samajalive.in
Saturday, December 6, 2025
26.1 C
Bhubaneswar

ଲକ୍‍ ଡାଉନ ସମୟର ଅସଲି ଯୋଦ୍ଧା : ରକ୍ତଦାନ କରି ଉଦାହରଣ ସୃଷ୍ଟି କରୁଛନ୍ତି ମହିଳା

ବଲାଙ୍ଗିର : ପୁରୁଷମାନଙ୍କ ତୁଳନାରେ ମହିଳା ରକ୍ତଦାତାଙ୍କ ସଂଖ୍ୟା ଖୁବ କମ ଥିଲା। କିନ୍ତୁ ଧୀରେ ଧୀରେ ଏହା ପରିବର୍ତ୍ତନ ହେବାରେ ଲାଗିଛି। ଖରା ଦିନ ଆସି ଯାଇଥିବା ବେଳେ ବର୍ତ୍ତମାନ ଲକ୍‍ ଡାଉନ ସମୟରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କରୁଛନ୍ତି ବଲାଙ୍ଗିର ସହରର ମହିଳା।
ବୌଦ୍ଧ ଜିଲା ବାଉଁଶୁଣି ପଞ୍ଚାୟତ ସିଙ୍ଗାରୀ ଗାଁର ସତ୍ୟଭାମା ବାଘ। ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଗୁରୁତର ରୋଗରେ ପୀଡିତ ହୋଇଥିବା ବେଳେ ଏଠି ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତାଙ୍କ ବର୍ଗର ରକ୍ତ ମିଳୁନଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସମାଜସେବୀ ଶିକ୍ଷୟତ୍ରୀ ସବିତା ମହରା ଆଗେଇ ଆସିଥିଲେ। ପୂର୍ବରୁ କେବେ ରକ୍ତଦାନ କରିନଥିବା ବେଳେ ପ୍ରଥମ ଥର ପାଇଁ ଜଣେ ମହିଳା ଆଉ ଜଣେ ମହିଳାଙ୍କ ପାଇଁ ରକ୍ତଦାନ କରିଥିଲେ। ରକ୍ତଦାନ ପରେ ଶିକ୍ଷୟତ୍ରୀ ମହରା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ତାଙ୍କୁ ଯଦି ଦରକାର ପଡେ ଆର୍ଥିକ ସହାୟତାର ହାତ ବଢେଇବେ ବୋଲି କହିଥିଲେ। ତାଙ୍କ ସହ ରକ୍ତଦାନ ପାଇଁ କାମ କରୁଥିବା ଯୁବ ସମାଜସେବୀ ଜୟଦେବ ଜାଲ ୟାଦବ ଉପସ୍ଥିତ ରହି ସହଯୋଗ କରିଥିଲେ।
ସେହିପରି ବଲାଙ୍ଗିର ସହରର ସାମାଜିକ ଅନୁଷ୍ଠାନ ମାହେଶ୍ୱରୀର ମହିଳା ସଙ୍ଗଠନ ମଧ୍ୟ ରକ୍ତଦାନ ଭଳି ମହତ୍‍ ଦାନ କ୍ଷେତ୍ରରେ ଆଗେଇ ଆସିଛି। ଜିଲା ରକ୍ତଭଣ୍ଡାରରେ ପ୍ରତିଦିନ ସ୍ୱେଚ୍ଛାକୃତ ଭାବେ ୨ ରକ୍ତଦାନ କରିବା ଭଳି ପଦକ୍ଷେପ ନେଇଛନ୍ତି। ଅନୁଷ୍ଠାନର ମହିଳା ସ୍ୱେଚ୍ଛାସେବୀମାନେ ଆଗ୍ରହ ପ୍ରକାଶ କରିବା ସହ ଅଙ୍କିତା ପଟ୍ଟନାୟକ, ନିକିତା ଜେନା ପ୍ରଥମ ଥର ରକ୍ତଦାନ କରୁଥିବା ପ୍ରକାଶ କରିଥିଲେ। ପୂର୍ବରୁ ଆର୍ନ୍ତଜାତିକମହିଳା କ୍ରିକେଟର ରୋସନାରା ପରବିନ ରକ୍ତଦାନ କରି ଉତ୍ସାହିତ କରିଥିଲେ। ଅତିଥି ଭାବେ ଡାକ୍ତରଖାନା ମ୍ୟାନେଜର ସୁଦୀପ ଦତ୍ତ, ପ୍ରତ୍ୟୁଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ଅଙ୍କୁଶ କୁମାର ପାଣ୍ଡିଆ, ଶୋଭନ କୁମାର ଅଗ୍ରୱାଲ, ଦିନେଶ ଶର୍ମା, ନୂତନ ଦାସ, ସୋନିଆ ବେଜ, ପ୍ରିୟଙ୍କା ପଟ୍ଟନାୟକ, ଆଶିଷ ଜେନା, ବଣ୍ଟି ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଲକ୍‍ ଡାଉନ ଯାଏଁ ଏଭଳି ସହଯୋଗ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରକ୍ତଭଣ୍ଡାରର କର୍ମଚାରୀ ଅଶୋକ କୁମାର ଧଳ, ଚକ୍ର ମଲ୍ଲିକ, ନିରୁପମା ଜାଲ, ଜ୍ୟୋତିର୍ମୟୀ ନାୟକ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories