www.samajalive.in
Saturday, December 6, 2025
19.1 C
Bhubaneswar

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୭ଟି ଗୁରୁତ୍ଵପୂର୍ଣ୍ଣ ମନ୍ତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଦେଶବାସୀଙ୍କୁ କରୋନା ଭୂତାଣୁ ସମ୍ପର୍କରେ ସମ୍ବୋଧିତ କରିଥିଲେ। ଏହି ମହାମାରୀ ଭୂତାଣୁ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ତ୍ୟାଗକୁ ପ୍ରଶଂସା କରିବା ସହିତ ଦେଶବ୍ୟାପୀ ମେ ୩ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି ନେଇ ଘୋଷଣା କରିଥିଲେ। ତେବେ ଏହି ସମୟରେ ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ୭ଟି ଗୁରୁତ୍ଵପୂର୍ଣ୍ଣ କଥା କହିଥିଲେ।

୧- ଘରେ ଥିବା ବୟସ୍କ ଲୋକମାନଙ୍କ ଯତ୍ନ ନିଅନ୍ତୁ।

- Advertisement -

୨- ଲକଡାଉନର ‘ଲକ୍ଷ୍ମଣ ରେଖା’କୁ ପାର୍‌ ନ କରନ୍ତୁ।

୩- ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ପଦକ୍ଷେପ ନିଅନ୍ତୁ।

୪- ମୋବାଇଲ ଫୋନରେ ଆରୋଗ୍ୟ ସେତୁ ଆପ୍ଲିକେଶନ ଡାଉନଲୋଡ କରି ତାହାର ବ୍ୟବହାର କରନ୍ତୁ।

୫- ଯେଉଁମାନେ ସାହାଯ୍ୟ ଆବଶ୍ୟକ କରୁଛନ୍ତି, ସେମାନଙ୍କୁ ସାହାଯ୍ୟ କରନ୍ତୁ।

୬- କର୍ମଚାରୀମାନଙ୍କୁ ଘରୋଇ ସଂସ୍ଥା ବହିସ୍କାର ନ କରି ଦୟାପୂର୍ବକ ବ୍ୟବହାର ପ୍ରଦର୍ଶନ କରନ୍ତୁ

୭- କରୋନା ଯୁଦ୍ଧର ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତୁ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories