ଲକ୍ଷ୍ନୌ: କରୋନା ଭୂତାଣୁରୁ ବର୍ତ୍ତିବା ଲାଗି ସରକାର ସାମାଜିକ ଦୂରତ୍ଵ ରକ୍ଷା କରିବା, ମାସ୍କ ପିନ୍ଧିବା, ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଏପରି କି କେହି ବିଦେଶଯାତ୍ରାରୁ କିମ୍ବା କରୋନା ପ୍ରଭାବିତ ଅଞ୍ଚଳରୁ ଫେରିଥିଲେ ଘରେ ସଙ୍ଗରୋଧ ବା କ୍ବାରେଣ୍ଟାଇନରେ ରହିବାକୁ କୁହାଯାଉଛି। କିନ୍ତୁ ଲୋକେ ଏହାକୁ ମାନିବାକୁ ନାରାଜ। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ହାପୁଡ ସହରର ଜଣେ ଓକିଲ କରୋନା ଭୂତାଣୁଠାରୁ ବର୍ତ୍ତିବା ଲାଗି ଜଙ୍ଗଲରେ ଗଛ ଉପରେ ଆଶ୍ରୟ ନେବା ଘଟଣା ଚର୍ଚ୍ଚାକୁ ଆସିଛି। ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଓକିଲଙ୍କ ନାମ ମୁକୁଲ ତ୍ୟାଗୀ। ସେ ହାପୁର ସହରର ବାସିନ୍ଦା। ଡାକ୍ତରଙ୍କ ପରାମର୍ଶକ୍ରମେ ଏକାନ୍ତବାସରେ ରହିବା ପାଇଁ ସେ ଗଛ ଉପରେ ଆଶ୍ରୟସ୍ଥଳ ତିଆରି କରିଥିବା କହିଛନ୍ତି। ସେହିଠାରେ ସେ ସମୟ କାଟୁଛନ୍ତି। କେବଳ ନିତ୍ୟକର୍ମ କରିବା ଲାଗି ଗଛରୁ ତଳକୁ ଓହ୍ଲାଉଛନ୍ତି। ସେ କହିଛନ୍ତି, କରୋନା ଭୂତାଣୁ ପୂରା ବିଶ୍ବରେ ବ୍ୟାପିବାରେ ଲାଗିଛି। ଏଥିରୁ ବର୍ତ୍ତିବାର ଏକମାତ୍ର ବିକଳ୍ପ ହେଉଛି ସାମାଜିକ ଦୂରତ୍ଵ। ତେଣୁ ମୁଁ ଗଛ ଉପରେ ରହିବାକୁ ନିଷ୍ପତ୍ତି ନେଇଛି। ପୂର୍ବ କାଳରେ ଲୋକମାନେ ଜଙ୍ଗଲରେ ରହୁଥିଲେ। ସେହି ଅନୁଭୂତି ଜାଣିବା ସହିତ ଗଛ ଉପରେ ଏକାନ୍ତର ଆନନ୍ଦ ନେବା ଲାଗି ମୁଁ ଏପରି ପଦକ୍ଷେପ ନେଇଥିବା ତ୍ୟାଗୀ କହିଛନ୍ତି।
वकील जिसने कोरोना वायरस से बचने के लिए पेड़ पर ही बना लिया आशियाना…
वीडियो – समीरात्मज मिश्र, बीबीसी हिंदी के लिए pic.twitter.com/v4jvOF9FQM— BBC News Hindi (@BBCHindi) April 12, 2020



