www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ମୁକାବିଲା : ଦେଶକୁ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ଭାଗ କରିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ କାୟା ବିସ୍ତାର କରିଚାଲିଛି । ଏହି ମହାମାରୀ ଭୂତାଣୁ ଯୋଗୁଁ ଦେଶରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ୨୧ ଦିନ ଯାଏଁ  ଲକ୍ ଡାଉନ ଘୋଷଣା କରିଥିଲେ। । ଏହି ଲକ୍ ଡାଉନ ଅବଧି ଚଳିତ ମାସ ୧୪ ତାରିଖରେ ସମାପ୍ତ ହେବ । ତେବେ ଏହି ଲକ୍ ଡାଉନ ଅବଧି ବୃଦ୍ଧି ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଏହାରି ମଧ୍ୟରେ ମୋଦୀ ସରକାର ଏକ ନୂତନ ବିକଳ୍ପ ଉପରେ ବିଚାର କରୁଥିବା ଭଳି ତଥ୍ୟ ସାମ୍ନାକୁ ଆସିଛି । ଦେଶକୁ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ରେ ବାଣ୍ଟିବାକୁ ମୋଦି ସରକାର ଚିନ୍ତା କରୁଥିବା ଜଣାପଡ଼ିଛି ।

ତେବେ ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବ ସେହି ସ୍ଥାନକୁ କେନ୍ଦ୍ର ସରକାର ରେଡ୍ ଜୋନ ବୋଲି ଘୋଷଣା କରିପାରନ୍ତି। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିପରି ଯେଉଁଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ଥିବ ଏବଂ ସଂକ୍ରମଣ ଆଶଙ୍କା ବି କମ୍ ଥିବ ସେହି ସ୍ଥାନକୁ କେନ୍ଦ୍ର ସରକାର ଅରେଞ୍ଜ ଜୋନ୍ ବୋଲି ଘୋଷଣା କରିପାରନ୍ତି । ଏହି ଜୋନରେ ସୀମିତ ପରିବହନ ସେବା, ଚାଷ କାମ କରିବାକୁ ସରକାର ଅନୁମତି ଦେଇପାରନ୍ତି। ସେହିପରି ଯେଉଁ ଅଞ୍ଚଳରୁ ଆଦୌ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ସେହି ଅଞ୍ଚଳକୁ ଗ୍ରୀନ୍ ଜୋନରେ ରଖାଯିବ । ଗ୍ରୀନ୍ ଜୋନ୍ ଅଞ୍ଚଳରେ କିଛି ଛୋଟ ଉଦ୍ୟୋଗ ଖୋଲିବାକୁ ଅନୁମତି ଦିଆଯିବ । କିନ୍ତୁ କର୍ମଚାରୀଙ୍କୁ କମ୍ପାନୀରେ ହିଁ ରହିବାକୁ ଏବଂ କଡ଼ାକଡ଼ିଭାବେ ସୋସିଆଲ୍ ଡିଷ୍ଟାନ୍ସିଂ ନିୟମ ମାନିବାକୁ କୁହାଯିବ । ତେବେ ଏନେଇ କେନ୍ଦ୍ର ସରକାର ଚିନ୍ତା କରୁଥିବା ଖବର ସାମ୍ନାକୁ ଆସିଛି । ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories