www.samajalive.in
Monday, December 8, 2025
24.1 C
Bhubaneswar

ପଡ଼ିଆକୁ ଫେରିବାକୁ ଚହଲ୍‌ ବ୍ୟଗ୍ର

ନୂଆଦିଲ୍ଲୀ : ପଡ଼ିଆକୁ ଫେରି ପୁନର୍ବାର ବୋଲିଂ ଆରମ୍ଭ କରିବାକୁ ବେଶ୍‌ ବ୍ୟଗ୍ର ହୋଇପଡ଼ିଛନ୍ତି ଭାରତୀୟ ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ୍‌। ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଚହଲ୍‌ଙ୍କ ସମେତ ସମସ୍ତ କ୍ରିକେଟର୍‌ ଘରେ ରହିଛନ୍ତି। ତେବେ ଚହଲ୍‌ ବିଭିନ୍ନ ସମୟରେ ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରି ନିଜ ମତ ଦେଉଛନ୍ତି।
ଶନିବାର ଚହଲ୍‌ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ଦର୍ଶାଇଛନ୍ତି ଲକ୍‌ଡାଉନ୍‌ରେ ରହି ସେ ବିରକ୍ତ ହୋଇ ଯାଉଛନ୍ତି। ଲକ୍‌ଡାଉନ୍‌ ଉଠିବା ପରେ ଦୀର୍ଘଦିନ ପର୍ଯ୍ୟନ୍ତ ସେ ଘରକୁ ଫେରିବେ ନାହିଁ। ଲକ୍‌ଡାଉନ୍‌ ସମୟରେ ସେ ଯେତେଦିନ ଘରେ ରହି ସାରିଛନ୍ତି ତାହାକୁ ଦୃଷ୍ଟି​‌େ​‌ର ରଖି ଆସନ୍ତା ୩ ବର୍ଷ ଘରକୁ ନ ଆସିଲେ ମଧ୍ୟ ଚଳିବ ବୋଲି ଚହଲ୍‌ ଭିଡିଓରେ କହିଛନ୍ତି। ଘର ପାଖ ହୋଟେଲ୍‌ରେ ରହିବେ ପଛେ ଘରକୁ ଯିବେ ନାହିଁ ବୋଲି ଚହଲ୍‌ ମତ ଦେଇଛନ୍ତି।
ପୂର୍ବରୁ ଯେତେବେଳେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିବା ବେଳେ ସେତେବେଳେ କେତେକ ଖେଳାଳି ଅଧିକ ମ୍ୟାଚ୍‌ ଖେଳିବା ନେଇ ଚାପ ପଡୁଥିବା ଅଭିଯୋଗ କରୁଥିଲେ। ତେବେ ଦୀର୍ଘଦିନ ହେବ କ୍ରିକେଟ୍‌ରୁ ଦୂରେଇ ରହିବା ଫଳରେ ତାଙ୍କ ସମେତ ଅଧିକାଂଶ କ୍ରିକେଟର୍‌ଙ୍କ ମନ ଭଲ ନ ଥିବା ଚହଲ୍‌ ସୂଚନା ଦେବା ସହ ଲକ୍‌ଡାଉନ୍‌ ଉଠିବା ପରେ ପଡ଼ିଆକୁ ଫେରି ପୁନର୍ବାର ବୋଲିଂ କରିବାକୁ ବ୍ୟଗ୍ର ଥିବା ସ୍ପଷ୍ଟ କରି ଦେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories