www.samajalive.in
Saturday, December 13, 2025
21.1 C
Bhubaneswar

“ସମାଜ ରିଲିଫ ପାଣ୍ଠି’କୁ ଲକ୍ଷେ ଟଙ୍କା ଦାନ ଦେଲେ ସମାଜସେବୀ

ସୁନ୍ଦରଗଡ଼ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ଖବର କାଗଜ “ସମାଜ’ ବର୍ଷ ବର୍ଷ ଧରି ଅସହାୟ, ଗରିବ ଓ ନିରୀହଙ୍କ ସେବା କରି ଆସୁଥିବା ବେଳେ ମେଧାବୀଙ୍କୁ ଛାତ୍ରବୃତ୍ତି ଦେଇ ସେମାନଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରୋତ୍ସାହନ ଦେଉଛି। ଏହା ସହ ସ୍ୱାସ୍ଥ୍ୟ ସେବା ପାଇଁ ମଧ୍ୟ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଆସୁଛି। ସଂପ୍ରତି କରୋନାର କାୟାରେ ବିଶ୍ୱବାସୀ ଆତଙ୍କିତ ଓ ମର୍ମାହତ ହୋଇ ଜୀବନଯାପନ କରୁଥିବା ବେଳେ ମୂଲ ମଜୁରୀ ବିନା ଏ ରାଜ୍ୟର ବହୁ ଗରିବ ପରିବାର ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଅସହାୟ ଜନତାଙ୍କ ପାଇଁ ରାଜ୍ୟରେ ଓ ରାଜ୍ୟ ବାହାରେ ଖାଦ୍ୟ ତଥା କରୋନା ପରିଷେଧକ ଯୋଗାଇ ଦେବା ପାଇଁ ମେସର୍ସ ମିଲେନିୟମ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡ୍ ର ପରିଚାଳନ ନିର୍ଦ୍ଦେଶକ ତଥା ସମାଜସେବୀ କମଲପଦ୍‍ ଡାଲମିଆ, ତାଙ୍କ ଭାଇ ନିର୍ଦ୍ଦେଶକ ବଣ୍ଟି ଡାଲମିଆ ନିଜସ୍ୱ ପାଣ୍ଠିରୁ “ସମାଜ ରିଲିଫ ପାଣ୍ଠି’ କୁ ଏକ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଆଜି ଶ୍ରୀ ଡାଲମିଆ, ଯୁବନେତା ଅଜୟ ପଟେଲ, ସୁବାଷ ରଣା, ନରେନ ନାଏକ ପ୍ରମୁଖ ସୁନ୍ଦରଗଡ଼ସ୍ଥିତ ଜିଲା ସମାଜ କାର୍ଯ୍ୟାଳୟରେ ପହଞ୍ଚି ଅବସ୍ଥାପିତ ଜିଲା ପ୍ରତିନିଧି ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି। ଏହା ସହ ରାଜ୍ୟର ସମସ୍ତ ଶିଳ୍ପପତି, ବଦାନ୍ୟ ଓ ସଚେତନ ନାଗରିକଙ୍କୁ “ସମାଜ ରିଲିଫ ପାଣ୍ଠି’କୁ ମୁକ୍ତହସ୍ତରେ ଦାନ କରିବା ପାଇଁ ଅନୁରୋଧ କରିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories