www.samajalive.in
Monday, December 8, 2025
24.1 C
Bhubaneswar

ବୟସ୍କ ଓ ରୋଗୀମାନଙ୍କ ଘରେ ଔଷଧ ପହଞ୍ଚାଇବେ ସ୍ୱାସ୍ଥ୍ୟ ସିପାହୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ଜନଔଷଧୀ ପରିଯୋଜନାରେ ସ୍ୱାସ୍ଥ୍ୟ ସିପାହୀ ବା ଫାର୍ମାସିଷ୍ଟମାନେ ବୟସ୍କ ଓ ରୋଗୀମାନଙ୍କ ଦ୍ଵାରଦେଶରେ(ଘରେ) ଔଷଧ ପହଞ୍ଚାଇବେ । କରୋନା ମହାମାରୀର ମୁକାବିଲା ପାଇଁ ସେମାନେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରରେ ସାମୁହିକ ଭାବେ କାର୍ୟ୍ୟରତ ଏହି ଫାର୍ମାସିଷ୍ଟମାନେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧମାନ ଘରେ ପହଞ୍ଚାଇବେ । ଏହାଦ୍ଵାରା ସରକାର ନେଇଥିବା ସାମାଜିକ ଦୁରତ୍ଵର ନୀତିଗତ କାର୍ୟ୍ୟକାରୀ ହୋଇପାରିବ ।

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରଣାଳୟ ଅଧିନସ୍ଥ ଫାର୍ମାସ୍ୟୁଟିକାଲ ବିଭାଗ ଅଧୀନରେ କାର୍ୟ୍ୟ କରୁଥିବା ବ୍ୟୁରୋ ଫାର୍ମା ପିୟୁସି ଏହି ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରଗୁଡ଼ିକର ପରିଚାଳନା କରି ଲୋକମାନଙ୍କ ପାଖରେ ଆବଶ୍ୟକ ଔଷଧ ପହଞ୍ଚାଇଥାଏ । ଦେଶର ୭୨୬ଟି ଜିଲ୍ଲାରେ ବର୍ତ୍ତମାନ ୬,୩୦୦ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର କାର୍ୟ୍ୟ କରୁଛି । ସରକାରଙ୍କ ଘୋଷିତ ୨୧ ଦିନିଆ ଲକଡାଉନ ପରିପ୍ରେକ୍ଷୀରେ ଏହିଭଳି ଘରକୁ ଘର ଔଷଧ ପହଞ୍ଚାଇବା ଦ୍ଵାରା କରୋନା ସଂକ୍ରମଣ ଅନେକାଂଶରେ ରୋକିହେବ । ଗୁରୁଗ୍ରାମରେ ଥିବା ଗୋଟିଏ କେନ୍ଦ୍ର ପଣ୍ୟାଗାର, ଗୌହାଟି ଓ ଚେନ୍ନାଇ ଠାରେ ଥିବା ଗୋଟିଏ ଲେଖାଏଁ ପଣ୍ୟାଗାର ଓ ୫୦ ଜଣ ବିତରକଙ୍କୁ ନେଇ ଦେଶବ୍ୟାପୀ ଔଷଧପତ୍ର ମହଜୁଦ ରଖାଯାଇଛି । ସାଧାରଣ ଜନତା ସେମାନଙ୍କର ସୁବିଧା ନିମନ୍ତେ ଜନଔଷଧି ସୁଗମ ମୋବାଇଲ ଆପ ଦ୍ଵାରା ସେମାନଙ୍କ ନିକଟସ୍ଥ ଔଷଧ ଭଣ୍ଡାର ଓ ମହଜୁଦ ଔଷଧର ବିବରଣୀ ପାଇପାରିବେ । ଲକଡାଉନ କାଳରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ପକ୍ଷରୁ କରୋନା ସଂକ୍ରମଣ ନେଇ ଜନ ସଚେତନତା ସୃଷ୍ଟି କରାଯାଉଛି । ଏହାବ୍ୟତୀତ ଏସମ୍ପର୍କିତ ସବିଶେଷ ତଥ୍ୟ @pmbjpbppi, ଫେସବୁକ, ଟ୍ଵିଟର, ଇନଷ୍ଟାଗ୍ରାମରେ ମିଳିପାରିବ ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories