www.samajalive.in
Saturday, December 6, 2025
19.1 C
Bhubaneswar

ନିଖୋଜ ନାବାଳକଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା, ଗୋଷ୍ଠୀ ସଂଘର୍ଷରୁ ହତ୍ୟା ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ଜିଲା ବିଲାସପୁର ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ଜଣେ ନାବାଳକଙ୍କ ମୃତଦେହ ମଙ୍ଗଳବାର ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ଉକ୍ତ ନାବାଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗତ ୫ ତାରିଖରେ ମାଛମରାକୁ ନେଇ ବିଲାସପୁର ଓ ଘୁଟୁଲୁଡୁଙ୍ଗୁରୀ ଗାଁ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେହିଦିନଠାରୁ ବିଲାସପୁରର ଜଣେ ନାବାଳକ ନିଖୋଜ ଥିଲେ। ପରିବାର ଏବଂ ଗାଁ ଲୋକେ ଖୋଜାଖୋଜି କରିଥିଲେ ହେଁ ନାବାଳକଙ୍କ ପତ୍ତା ମିଳି ନ ଥିଲା। ଏ ନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ। ଆଜି ନାବାଳକର ମୃତଦେହ ମିଳିବା ପରେ ତା’କୁ ହତ୍ୟା କରାଯାଇଥିବା ଅଭିଯୋଗ​‌ ହୋଇଛି। ପୁଲିସ ୧୪ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories