www.samajalive.in
Monday, December 8, 2025
24.1 C
Bhubaneswar

କରୋନା ଯୁଦ୍ଧ: ଏପ୍ରିଲ ୫ ରାତି ୯ଟାରେ ସବୁ ଦେଶବାସୀ ୯ ମିନିଟ୍‌ ଦୀପ ଜାଳିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ଦେଶର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେବାର ଆଶଙ୍କା ରହିଛି। ତେଣୁ କରୋନା ଭଳି ଅନ୍ଧକାର ବିରୋଧରେ ଲଢ଼େଇ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏପ୍ରିଲ ୫ ତାରିଖ ଦିନ ୯ ମିନିଟ୍ ସମୟ ମାଗିଛନ୍ତି। ଏହି ୯ ମିନିଟ୍‌ ସମୟରେ ସମସ୍ତ ଦେଶବାସୀ କରୋନା ଭୂତାଣୁ ସହିତ ଆମ ପ୍ରଦୀପ ଆଲୋକର ଶକ୍ତିକୁ ପରିଚୟ କରାଇବା ଲାଗି ଆହ୍ବାନ କରିଛନ୍ତି। ଅର୍ଥାତ ସମସ୍ତେ ୯ ମିନିଟ ପର୍ଯ୍ୟନ୍ତ ଘରର ସବୁ ଆଲୋକ ବନ୍ଦ କରି ଦୀପ  ଜାଳିବେ । ଲୋକମାନେ ଘରର ଫାଟକ, ଝରକା କିମ୍ବା ବାଲକୋନୀରେ ଛିଡ଼ା ହୋଇ ଦୀପ ଜାଳିବା ସହିତ ଟର୍ଚ୍ଚ ଓ ମୋବାଲଇ ଫ୍ଲାଶ ଜଳାଇବେ। କରୋନା ବିରୋଧୀ ଲଢ଼େଇରେ ଜନତାଙ୍କ ମହାଶକ୍ତି ଆମ ମନୋବଳ ବୃଦ୍ଧି କରିଛି। ଜନତା, ଶାସନ ଏବଂ ପ୍ରଶାସନ ସମସ୍ତେ ସହଯୋଗ କରିଛନ୍ତି।

ତେବେ ଗତ ୨୨ ତାରିଖରେ ପବ୍ଲିକ କର୍ଫ୍ୟୁ ପାଳନ ସମୟରେ ଲୋକମାନେ ଅତ୍ୟାବଶ୍ୟକ କାର୍ଯ୍ୟରେ ନିୟୋଜିତ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ସମୟରେ ଏକାଠି ହୋଇଥିବା ଦେଖାଯାଇଥିଲା। କିନ୍ତୁ ୫ ତାରିଖରେ ଦୀପ ଜାଳିବା ସମୟରେ କୌଣସି ନାଗରିକ ଏକାଠି ନ ହେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ସମସ୍ତ ଦେଶବାସୀ ସାମାଜିକ ଦୂରତ୍ଵ ବଜାୟ ରଖିବାକୁ ମୋଦୀ ପରାମର୍ଶ ଦେଇଛନ୍ତି। କରୋନା ବିରୋଧୀ ଲଢ଼େଇରେ ସାମାଜିକ ଦୂରତ୍ଵ ଏକ ରାମବାଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories