www.samajalive.in
Friday, December 12, 2025
23.1 C
Bhubaneswar

ଲକଡାଉନକୁ ସପଂଳ କରିବା ପାଇଁ ଜିଲା ପ୍ରଶାସନର ପ୍ରୟାସ

ଯାଜପୁର : ଲକଡାଉନକୁ ସପଂଳ କରିବା ପାଇଁ ପୁରା ଦମରେ ଲାଗିଛି ଯାଜପୁର ଜିଲା ପ୍ରଶାସନ । ଏହି ସମୟରେ କାର୍ଯ୍ୟରେ ଅବହେଳା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପଛେଇ ନାହିଁ ଜିଲା ପ୍ରଶାସନ । ସୋମବାର ଜିଲାରେ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ସହ ଜଣେ ସହକାରୀ ବ୍ଲକ ଅଧିକାରୀଙ୍କ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ ସହ ୫ଜଣ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀଙ୍କୁ ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଚାକିରିରୁ ନିଲମ୍ବିତ କରିଛନ୍ତି। ସୂଚନା ଅନୁସାରେ, ସୋମବାର ଜିଲାପାଳଙ୍କ ଗସ୍ତ ସମୟରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡଃ ହେମନ୍ତ କୁମାର ନାୟକ ଅନୁପସ୍ଥିତ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ସେହିପରି କରୋନା ସହ ସଂଗ୍ରାମ ଚାଲିଥିବା ସମୟରେ ଯାଜପୁର ସିଡିପିଓ ସରିତା ନାୟକ ଏବଂ ଧର୍ମଶାଳା ସିଡିପିଓ ସଂଯୁକ୍ତା ସାହୁ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏଥିସହ ନିୟନ୍ତ୍ରିତ ବଜାର କମିଟିର ୫ଜଣ କର୍ମଚାରୀ ସାମନ୍ତ ଭିକାରୀ ଚରଣ ଧୀର, ନରେଶ ଚନ୍ଦ୍ର ସାହୁ, ଗଦାଧର ସାହୁ, ଚିତ୍ତରଞ୍ଜନ ନାୟକ ଓ ସହଦେବ ମଲିକଙ୍କୁ ନିଲମ୍ବିତ କରିଛନ୍ତି ଜିଲାପାଳ ଶ୍ରୀ ଦାସ । ସେହିପରି ଦାନଗଦି ବ୍ଲକର ଏବିଡିଓ ଅଜୟକୃଷ୍ଣ ଦ୍ୱିବେଦୀଙ୍କୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରିଥିବା ଜିଲାପାଳ ସୂଚନା ଦେଇଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories