www.samajalive.in
Saturday, December 6, 2025
19.1 C
Bhubaneswar

ଲକ୍‌ଡାଉନ: ଏଣିକି ୧୪ ଦିନିଆ ପୃଥକ କେନ୍ଦ୍ରକୁ ଯିବେ ଉଲ୍ଲଂଘନକାରୀ

ନୂଆଦିଲ୍ଲୀ: ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରାଯାଇଛି। କିନ୍ତୁ ଅଧିକାଂଶ ରାଜ୍ୟରେ ଏହାକୁ ଲୋକେ ମାନୁନାହାନ୍ତି। ଲକ୍‌ଡାଉନ ଘୋଷଣା ହେବା ପରେ ବିଭିନ୍ନ ରାଜ୍ୟକୁ ଯାଇଥିବା ଶ୍ରମିକ ଶ୍ରେଣୀର ଲୋକେ ଛାନିଆ ହୋଇ ଘରମୁହାଁ ହୋଇଛନ୍ତି। ଏହି କାରଣରୁ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାନ୍ତରେ ହଜାର ହଜାର ସଂଖ୍ୟାରେ ଲୋକ ରୁଣ୍ଡ ହେବାରୁ ସେମାନଙ୍କୁ ଘରକୁ ପଠାଇବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଲକ୍‌ଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦେଶ ଦେଇଛନ୍ତି। ସହରଗୁଡ଼ିକରେ ବହୁ ସଂଖ୍ୟାରେ ଲୋକଙ୍କ ଏକତ୍ର ହେବା ବନ୍ଦ କରିବାକୁ ବି କେନ୍ଦ୍ର ସରକାର କହିଛନ୍ତି। ଏପରି କି ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ଧରି ୧୪ ଦିନିଆ ପୃଥକ କେନ୍ଦ୍ରକୁ ପଠାଇବାକୁ ସରକାର କଡ଼ା ନିର୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନଙ୍କୁ ନିର୍ଦେଶ ଦେଇ କହିଛନ୍ତି, ଲକଡାଉନ ସମୟରେ ପ୍ରବାସୀମାନେ ନିଜ ରାଜ୍ୟକୁ ଫେରୁଥିବାରୁ ସେମାନଙ୍କୁ ଅଟକାଇବା ଲାଗି ରାଜ୍ୟ ଓ ଜିଲାର ସୀମା ସିଲ୍‌ କରନ୍ତୁ। କ୍ୟାବିନେଟ ସଚିବ ରାଜୀବ ଗୌବା ଓ କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ରବିବାର ମୁଖ୍ୟ ସଚିବ ଏବଂ ପୁଲିସ ମହାନିର୍ଦେଶକମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସ ଜରିଆରେ ଆଲୋଚନା କରିବା ସମୟରେ ଏହି ନିର୍ଦେଶ ପାଳନ କରିବାକୁ କହିଛନ୍ତି। ଲକ୍‌ଡାଉନ ଜାରି ରହିଥିବାରୁ ସହରରେ ଅଥବା ରାଜପଥରେ ଯେପରି ଲୋକଙ୍କ ଭିଡ଼ ନ ଜମେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories