ଯାଜପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସାମାଜିକ ଦୂରତ୍ୱ ଏବଂ ଲକଡାଉନକୁ ଗୁରୁତ୍ୱ ଦିଆଯାଉଛି । ଏହା ସହିତ କରୋନା ବିରୋଧୀ ଲଢ଼େଇ ପାଇଁ ବିଧାୟକ, ଲୋକ ପ୍ରତିନିଧି ଓ ବ୍ୟବସାୟୀ ଜିଲା ପ୍ରଶାସନ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଚିତାଳୋ ପଞ୍ଚାୟତର ସରପଞ୍ଚ ଦିଲୀପ ମହାନ୍ତି, ସୁକିନ୍ଦାର ଜିଲା ପରିଷଦ ସଭ୍ୟ ଭାଗ୍ୟଲକ୍ଷ୍ମୀ ରାଉତ ନିଜର ୬ମାସର ଦରମା ପ୍ରଦାନ କରିଛନ୍ତି। ଦଶରଥପୁର ବ୍ଲକ କମାରଢିଅ ସରପଞ୍ଚ ୧୦ ହଜାର ଟଙ୍କା, କଇଁଆ ସରପଞ୍ଚ ମଞ୍ଜୁଲତା ବାରିକ ୧୦ ହଜାର ଟଙ୍କା ଜିଲାପାଳଙ୍କ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଯାଜପୁରର ଯୁବ ବ୍ୟବସାୟୀ ମଳୟ ପୃଷ୍ଟି ତାଙ୍କ ପୃଷ୍ଟି ଅଳଙ୍କାର ତରଫରୁ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଯାଜପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ କଳିଙ୍ଗ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନ ପକ୍ଷରୁ ୨୫ ହଜାର ଟଙ୍କା ଦିଆଯିବା ସହିତ ଶିକ୍ଷାନୁଷ୍ଠାନକୁ ସମ୍ପୂର୍ଣ୍ଣ କ୍ବାରେଣ୍ଟାଇନ କେନ୍ଦ୍ର ଭାବେ ବ୍ୟବହାର କରିବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି।
Popular Categories



