www.samajalive.in
Saturday, December 13, 2025
26.1 C
Bhubaneswar

ଓଡିଶା ସମେତ ୮ଟି ରାଜ୍ୟପାଇଁ ୫୭୫୧.୨୭ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା

ନୂଆଦିଲ୍ଲୀ :  କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଦେଶର ୮ଟି ରାଜ୍ୟପାଇଁ ୫୭୫୧କୋଟି ୨୭ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ରାଶି ଅନୁମୋଦନ କରିଛି। ବନ୍ୟା, ମରୁଡ଼ି, ଭୂସ୍ଖଳନ ଓ ବାତ୍ୟାଭଳି ପ୍ରାକୃତିକ ବିପତ୍ତି ପାଇଁ ଓଡ଼ିଶା, ବିହାର,ମହାରାଷ୍ଟ୍ର, କେରଳ, ନାଗାଲାଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଏହି ସହାୟତା ପାଇବେ। ପ୍ରାକୃତିକ ବିପର୍ଯ୍ୟୟ ରେସପନ୍ସ ଫଣ୍ଡ (ଏନଡିଆରଏଫ)ରୁ ଏହି ପାଣ୍ଠି ଯୋଗାଇ ଦିଆଯିବ। ତେବେ ଏହି ଅର୍ଥ ପ୍ରଦାନ ପାଇଁ କମିଟି କେତେକ ସର୍ତ୍ତ ଲଗାଇଛି। ୨୦୧୯ରେ ହୋଇଥିବା ପ୍ରାକୃତିକ ବିପତ୍ତି ନିମନ୍ତେ ସଂପୃକ୍ତ ରାଜ୍ୟଗୁଡ଼ିକୁ ଏହି ଅତିରିକ୍ତ ସହାୟତା ଦିଆଯିବ। ଏପ୍ରିଲ ପହିଲା ଆର୍ଥିକ ବର୍ଷ ଆରମ୍ଭ ସୁଦ୍ଧା ସଂପୃକ୍ତ ରାଜ୍ୟମାନେ ଏନଡିଆରଏଫରୁ ଯଦି ଅଗ୍ରୀମ ଆକାରରେ ଅର୍ଥ ନେଇଛନ୍ତି ତାହାହେଲେ ତାହାର ୫୦ ଭାଗ ଅର୍ଥ ମଜୁରା ହେବ ତ, ତାହାକୁ ଆଡଜଷ୍ଟ କରାଯିବ। ବିହାର ଏହି ଅତିରିକ୍ତ ସହାୟତା ବାବଦରେ ୯୫୩.୧୭ କୋଟି ଟଙ୍କା ପାଇବାକୁ ଥିବାବେଳେ ଇତିମଧ୍ୟରେ ୪୦୦ କୋଟି ଟଙ୍କା ରାଜ୍ୟକୁ ଦିଆସରିଛି। ସେହିଭଳି କେରଳ ୪୬୦କୋଟି ୭୭ଲକ୍ଷ, ନାଗାଲାଣ୍ଡ ୧୭୭.୩୭ କୋଟି, ଓଡ଼ିଶା ୧୭୯ କୋଟି ୬୪ ଲକ୍ଷ, ମହାରାଷ୍ଟ୍ର ୧୭୫୮ କୋଟି ୧୮ଲକ୍ଷ, ପଶ୍ଚିମବଙ୍ଗ ୧୦୯୦ କୋଟି ୬୮ଲକ୍ଷ, ରାଜସ୍ଥାନ ୧୧୧୯ କୋଟି ୯୮ଲକ୍ଷ ଟଙ୍କା ପାଇବେ। ଏହାଛଡ଼ା କର୍ଣ୍ଣାଟକକୁ ୨୦୧୮-୧୯ ବର୍ଷର ବକେୟା ବାବଦରେ ୧୧କୋଟି ୪୮ ଲକ୍ଷଟଙ୍କା ମିଳିବ।
୨୦୧୯-୨୦ ଆର୍ଥିକ ବର୍ଷର ଦେୟ ବାବଦରେ ଆଜିପର୍ଯ୍ୟନ୍ତ କେନ୍ଦ୍ର ସରକାର ଏନଡିଆରଏଫ ପାଣ୍ଠି ଓ ଅତିରିକ୍ତ ସହାୟତା ଆକାରରେ ୨୯ଟି ରାଜ୍ୟକୁ ୧୦୩୭ କୋଟି ୬୨ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି। ଏହାମଧ୍ୟରେ ଜାମ୍ମୁକାଶ୍ମୀର ମଧ୍ୟ ଅନ୍ତର୍ଭୁକ୍ତ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories