www.samajalive.in
Thursday, December 11, 2025
14.1 C
Bhubaneswar

ଖବରକାଗଜ ‘କରୋନା’ ଭୂତାଣୁ ବିସ୍ତାର କରେନାହିଁ: ଡବ୍ଲୁଏଚଓ

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ଭୂତାଣୁ ବ୍ୟାପୁଥିବାବେଳେ ପାଠକପାଠିକାମାନଙ୍କ ମଧ୍ୟରେ ଖବରକାଗଜ ଗ୍ରହଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି କି କେତେକ ସ୍ଥଳରେ ପାଠକପାଠିକା ଖବରକାଗଜ ବିକ୍ରେତା ତଥା ହକରମାନଙ୍କଠାରୁ ଖବରକାଗଜ ଗ୍ରହଣ କରିବେ କି ନାହଁ ଦ୍ବନ୍ଦ୍ବରେ ପଡୁଛନ୍ତି। ତେବେ ଖବରକାଗଜ କରୋନା ଭୂତାଣୁ ବିସ୍ତାର କରେ ନାହିଁ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଏହାର ନିର୍ଦେଶାବଳୀରେ ଉଲ୍ଲେଖ କରିଛି। ଜରୁରିକାଳୀନ ସମୟରେ ଖବରକାଗଜ ସେମାନଙ୍କ ଗ୍ରାହକମାନଙ୍କ ପାଇଁ ପ୍ରତିବଦ୍ଧ ରହିଥାଏ। ହକରମାନେ ଜନସାଧାରଣଙ୍କୁ ସର୍ବଶେଷ ଖବର ବିଷୟରେ ଅବଗତ କରାଇବା ପାଇଁ ନିଃସ୍ବାର୍ଥପର ଭାବରେ କାର୍ଯ୍ୟ କରନ୍ତି। ଖବରକାଗଜ କରୋନା ଭୂତାଣୁର ବାହକ ସାଜି ନ ଥାଏ କିମ୍ବା ବିସ୍ତାର କରେ ନାହିଁ ବୋଲି ଡବ୍ଲ୍ୟୁଏଚଓ ନିର୍ଦେଶାବଳୀରେ ଉଲ୍ଲେଖ ରହିଛି। ଖବରକାଗଜ ପରି ପ୍ୟାକେଜ୍‌ ଗ୍ରହଣ କରିବା ନିରାପଦ ବୋଲି ନିର୍ଦେଶାବଳୀରେ ଦର୍ଶାଯାଇଛି। ଏହି ବାଣିଜ୍ୟିକ ଦ୍ରବ୍ୟ(ଖବରକାଗଜ) ଦୂଷିତ ହେବାର ସମ୍ଭାବନା କମ୍‌ ଅଟେ। ଆଧୁନିକ ଦିନର ମୁଦ୍ରଣ ପ୍ରଯୁକ୍ତିବିଦ୍ୟା ସମ୍ପୂର୍ଣ୍ଣ ସ୍ବୟଂଚାଳିତ। ମୁଦ୍ରଣ ସମୟରେ ଖବରକାଗଜକୁ ହାତରେ ଛୁଆଁ ଯାଏ ନାହିଁ। ଖବରକାଗଜର ହକର ଯୋଗାଣ ଶୃଙ୍ଖଳା ସମ୍ପୂର୍ଣ୍ଣ ପରିମଳ ବୋଲି କୁହାଯାଇଛି। ସରକାର ଏହାକୁ ଅତ୍ୟାବଶ୍ୟକ ସେବା ତାଲିକାରେ ସ୍ଥାନିତ କରିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories