www.samajalive.in
Thursday, December 11, 2025
14.1 C
Bhubaneswar

ହସ୍ପିଟାଲରୁ ବ୍ୟାଗ୍‍ ଭର୍ତ୍ତି କରୋନା ଟେଷ୍ଟ କିଟ୍‍ ଚୋରେଇ ନେଲା ଦୁର୍ବୃତ୍ତ

ୱାଶିଂଟନ୍‍: ସାରା ବିଶ୍ୱରେ ଏବେ କରୋନା ଆତଙ୍କ ଖେଳିଯାଇଛି ଓ ଅନେକ ଦେଶ ଏହି ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି। ସନ୍ଦିଗ୍ଧମାନଙ୍କୁ ଯାଞ୍ଚ କରାଯାଇ ଆଇସୋଲେସନ୍‍ରେ ରଖାଯାଉଛି। କିନ୍ତୁ ଏସବୁ ମଧ୍ୟରେ ଭାରତଠାରୁ ଆମେରିକା ପର୍ଯ୍ୟନ୍ତ ସବୁଠି ଏକ ବଡ଼ ପ୍ରଶ୍ନ ଉଙ୍କି ମାରୁଛି ଯେ, ସରକାର ଅଧିକ ସଂଖ୍ୟକ ଲୋକଙ୍କ ପରୀକ୍ଷା କାହିଁକି କରାଉନାହାନ୍ତି? ବିଶେଷଜ୍ଞଙ୍କ କହିବାନୁସାରେ, ସରକାରଙ୍କ ପାଖରେ ଅଧିକ ସଂଖ୍ୟକ ଟେଷ୍ଟ କିଟ୍‍(ପରୀକ୍ଷା ଉପକରଣ) ଉପଲବ୍ଧ ନାହିଁ। ଇତି ମଧ୍ୟରେ ଆମେରିକାର ଏକ ହସ୍ପିଟାଲରେ ଅନେକ ସଂଖ୍ୟକ ଟେଷ୍ଟ କିଟ୍‍ ଚୋରି କରିବା ମାମଲା ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ଆମେରିକାର ଏରିଜୋନାରେ ଜଣେ ବ୍ୟକ୍ତି ବହୁ ସଂଖ୍ୟାର ଟେଷ୍ଟ କିଟ୍‍ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ନେଇଯାଇଛି। ସମ୍ପୃକ୍ତ ବ୍ୟକ୍ତିର ଫଟୋ ସିସିଟିଭିରେ କଏଦ ହୋଇଛି। ସ୍ଥାନୀୟ ପୁଲିସ କରୋନା ଭାଇରସ୍‍ ଟେଷ୍ଟ କିଟ୍‍ ଚୋରି କରିଥିବା ବ୍ୟକ୍ତିର ଫଟୋ ଜାରି କରି ତାକୁ ଚିହ୍ନଟ କରିବାକୁ ସାହାଯ୍ୟ ଲୋଡ଼ିଛି। ଅଧିକାରୀଙ୍କ କହିବାନୁସାରେ, ଚୋର ଏରିଜୋନାର ଏଲ୍‍ ରିଓ ହେଲ୍‍ଥ ସେଣ୍ଟରରୁ ଟେଷ୍ଟ କିଟ୍‍ ଚୋରି କରିଛି। ଶୁକ୍ରବାରଠାରୁ ଏହି ଚୋରି ହୋଇଥିଲେ ମଧ୍ୟ ଶନିବାର ପର୍ଯ୍ୟନ୍ତ ହସ୍ପିଟାଲ କର୍ମଚାରୀ ଏ ବିଷୟରେ କିଛି ଜାଣିପାରି ନ ଥିଲେ। ପରେ ଚୋରି ହୋଇଥିବା କିଟ୍‍ ବଦଳରେ ନୂଆ କିଟ୍‍ ଯୋଗାଇ ଦିଆ ଯାଇଥିଲା, ତେଣୁ କୌଣସି ସମସ୍ୟା ଦେଖା ଦେଇନାହିଁ। ତେବେ ଚୋର ଡ୍ରାଇଭର୍‍ ରୂପରେ ହସ୍ପିଟାଲରେ ପ୍ରବେଶ କରିଥିବା ପୁଲିସକୁ ସୂଚନା ମିଳିଛି। ଅପର ପକ୍ଷରେ କୌଣସି ବ୍ୟକ୍ତିଙ୍କଠାରୁ କରୋନା ଭାଇରସ୍‍ ଟେଷ୍ଟ କିଟ୍‍ ନ କିଣିବାକୁ ଆମେରିକାବାସୀଙ୍କୁ ଅଧିକାରୀ ନିବେଦନ କରିଛନ୍ତି।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories