www.samajalive.in
Monday, December 8, 2025
24.1 C
Bhubaneswar

ବିଦ୍ୟୁତ ଆଘାତରେ ଯୁବକ ଭିନ୍ନକ୍ଷମ ଘଟଣା : ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ବିଦ୍ୟୁତ୍ ଆଘାତରେ ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଯାଇଥିବା ଜଣେ ଯୁବକଙ୍କୁ ୧୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର ନିର୍ଦେଶ ଦେଇଛନ୍ତି। କ୍ଷତିପୂରଣ ବାବଦ ଅର୍ଥ ଦୁଇମାସ ମଧ୍ୟରେ ପ୍ରଦାନ କରିବାକୁ ଆୟୋଗ ସଦସ୍ୟ ଜଷ୍ଟିସ ରଘୁବୀର ଦାଶ ରାଜ୍ୟ ଶକ୍ତି ବିଭାଗ ଓ ନେସ୍କୋ ଭଦ୍ରକ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି ।

ବିବରଣୀରୁ ପ୍ରକାଶ ଯେ ପବିତ୍ର ବାରିକ ନେସ୍କୋ ଧାମନଗର ବିଦ୍ୟୁତ ସେକସନରେ କାମ ଶିକ୍ଷାନବୀସ ଭାବେ ଭାବେ କାମ କରୁଥିଲେ। ୨୦୧୫ ଏପ୍ରିଲ ୧୩ ତାରିଖରେ ଧାନନଗର ନିକଟରେ ଜମ୍ପର ଖୁଣ୍ଟରେ ଚଢି କାମ କରୁଥିବା ବେଳେ ହଠାତ୍ କରେଣ୍ଟ ଚାର୍ଜ କରିଦେବା ଯୋଗୁଁ ସେ ଗୁରୁତର ଆହତ ହୋଇଥିଲେ। ପବିତ୍ର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପ୍ରାୟ ୩ମାସ ପର୍ଯ୍ୟନ୍ତ ଚିକିତ୍ସିତ ହୋଇଥିଲେ। ଚିକିତ୍ସା ବାବଦରେ ତାଙ୍କର ପନ୍ଦର ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସେ ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଯାଇଥିଲେ। ଏହି ଘଟଣାରେ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଦାୟୀକରି ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନୁଗୋ ରାଜ୍ୟ ମାନବାଧିକାର ଆେୟାଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ଦୁର୍ଘଟଣା ପରେ ପବିତ୍ର ଶତ ପ୍ରତିଶତ ଭିନ୍ନକ୍ଷମ ହୋଇଥିବା ନେଇ ଡାକ୍ତରୀ ରିପୋର୍ଟ ଦାଖଲ କରିଥିଲେ। ଆୟୋଗ ଅଭିଯୋଗକୁ ଗ୍ରହଣ କରି ଘଟଣା ସମ୍ପର୍କରେ ନେସ୍କୋ ଅଧିକାରୀଙ୍କ ରିପୋର୍ଟ ମାଗିଥିଲେ। ଦୁର୍ଘଟଣା ପାଇଁ ପବିତ୍ର ନିଜେ ଦାୟୀ ବୋଲି ନେସ୍କୋ ଅଧିକାରୀ ରିପୋର୍ଟ ଦାଖଲ କରିଥିଲା ବେଳେ ସହକାରୀ ବିଦ୍ୟୁତ ନିରୀକ୍ଷକ କିନ୍ତୁ ପବିତ୍ରଙ୍କ କୌଣସି ତ୍ରୁଟି ନାହିଁ ବୋଲି ରିପୋର୍ଟ ଦାଖଲ କରିଥିଲେ। ନେସ୍କୋ ଅଧିକାରୀଙ୍କ ଯୋଗୁ ଘଟିଥିବା ଦୁର୍ଘଟଣାରେ ପବିତ୍ର ସବୁଦିନ ପାଇଁ ଶାରୀରିକ ଭିନକ୍ଷମ ହୋଇଥିବା କାରଣରୁ ତାଙ୍କୁ ସର୍ବନିମ୍ନ ଷାଠିଏ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ଆବଦନକାରୀ ଯୁକ୍ତି ଦର୍ଶାଇଥିଲେ। ଉଭୟ ପକ୍ଷଙ୍କ ଶୁଣାଣି ପରେ ଆୟୋଗଙ୍କ ପକ୍ଷରୁ ଉପରୋକ୍ତ ଆଦେଶ ଦିଆଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories