www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତି : ସରପଞ୍ଚ ଦେଲେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ

ମୋହନା : ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ଶିକୁଳିପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଡାକ୍ତର ପୃଥିବରାଜ ଜେନା ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରମ୍ବାର ଅନୁପସ୍ଥିତ ରହୁଥିବା ଯୋଗୁଁ ରୋଗୀ ସେବା ହୋଇପାରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଶିକୁଳିପଦର ସରପଞ୍ଚ ରାଧିକା ଦଣ୍ଡସେନା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟକୁ ଏକ ଅଭିଯୋଗ ପତ୍ର ପଠାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ,  ରୋଗୀମାନେ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ବେଳେ ଫାର୍ମାସିଷ୍ଟଙ୍କ ଦ୍ୱାରା ଚିକିତ୍ସା ହୋଇ ଫେରୁଛନ୍ତି। ଜରୁରୀ ଚିକିତ୍ସା ହୋଇ ନ ପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ରୋଗୀମାନେ ହେଉଥିବା ଦେଖିବାକୁ ମିଳିଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରର ଏଭଳି ଅବସ୍ଥା ଦେଖି ଶିକୁଳିପଦର ସରପଞ୍ଚ ରାଧିକା ଦଣ୍ଡସେନା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟକୁ ଏକ ଅଭିଯୋଗ ପତ୍ର ପଠାଇଛନ୍ତି। ଲୋକମାନେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବା ସହ ତୁରନ୍ତ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଡାକ୍ତରଙ୍କୁ ନିଯୁକ୍ତି କରିବା ଓ ଶ୍ରୀ ଜେନାଙ୍କୁ ଉକ୍ତ ସ୍ଥାନରୁ ଅନ୍ୟତ୍ର ବଦଳି କରିବା ପାଇଁ ଗ୍ରାମବାସୀ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ଉକ୍ତ ଡାକ୍ତରଙ୍କ ଏଭଳି କାର୍ଯ୍ୟରେ ଅବହେଳା ବାରମ୍ବାର ଘଟୁଥିବାରୁ ତାଙ୍କୁ ମୋହନା ସ୍ଥାସ୍ଥ୍ୟ କେନ୍ଦ୍ରରୁ ଅଡବା ଓ ପରେ ଶୀକୁଳିପଦର ବଦଳି ହୋଇଥିଲା। ଏ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀଙ୍କୁ ପଚାରିବାରୁ ସେ ମୋହନା ଭାରପ୍ରାପ୍ତ ଚିକିତ୍ସାଧିକାରୀଣି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ। ଅପରପକ୍ଷେ ମୋହନା ଭାରପ୍ରାପ୍ତ ଚିକିତ୍ସାଧିକାରୀଣୀ ଡ.ନମିତା ପଣ୍ଡା ଏସମ୍ପର୍କରେ ତଦନ୍ତ ଚାଲୁରହିଛି ଘଟଣାସମ୍ପର୍କରେ ଜାଣିବା ପରେ ପଦକ୍ଷେପ ନିଆଯିବ।

- Advertisement -

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories