www.samajalive.in
Monday, December 8, 2025
14.1 C
Bhubaneswar

କରୋନା ଆକ୍ରାନ୍ତଙ୍କ ସହ ସଂସ୍ପର୍ଶରେ ଆସିଥିବା ୧୨୯ ଜଣଙ୍କ ମଧ୍ୟରୁ ୫୩ଙ୍କୁ ଘରେ ଆଇସୋଲେଶନରେ ରହିବାକୁ ପରାମର୍ଶ

ଭୁବନେଶ୍ଵର: ଓଡ଼ିଶାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଆକ୍ରାନ୍ତ ଯୁବକ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ବୋଲି ଜଣାପଡ଼ିଥିଲା। ଯୁବକ ଜଣକ ଦିଲ୍ଲୀରୁ ଭୁବନେଶ୍ଵର ଆସିବା ସମୟରେ ଟ୍ରେନରେ ୭୬ ଜଣଙ୍କ ସମ୍ପର୍କରେ ଆସିଥିଲେ। ଭୁବନେଶ୍ଵରରେ ପହଞ୍ଚିବା ପରେ ନିଜ ସାଙ୍ଗସାଥୀ, ପଡ଼ିଶା ଏବଂ ପରିବାର ଲୋକଙ୍କ ସହିତ ସେ ମିଶିଥିଲେ। ଏଭଳି ୫୩ ଜଣଙ୍କ ସହିତ ସେ ସମ୍ପର୍କରେ ଆସିଥିବା ସରକାର ତଥ୍ୟ ସଂଗ୍ରହ କରିଛନ୍ତି। ସମସ୍ତ ୧୨୯ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ୫୩ ଜଣଙ୍କୁ ନିଜ ଘରେ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଇଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି।
ବାଗ୍‌ଚୀ ଆହୁରି କହିଛନ୍ତି, ଏଭଳି ପରିସ୍ଥିତିକୁ ଦୂରେଇ ଦିଆଯାଇ ପାରିଥାନ୍ତା। ଯେଉଁମାନେ ବିଦେଶରୁ କିମ୍ବା କରୋନା ପ୍ରଭାବିତ ରାଜ୍ୟରୁ ଫେରୁଛନ୍ତି ସେମାନେ ଏ ସମ୍ପର୍କରେ ସରକାରଙ୍କୁ ତୁରନ୍ତ ଅବଗତ କରାଇବା ଦରକାର। ଫଳରେ ଏ ଦିଗରେ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଇ ପାରିବ। ସମସ୍ତଙ୍କ ସହଯୋଗ ମିଳିଲେ ଆମେ ନିଜକୁ ସୁରକ୍ଷିତ ରଖିପାରିବା ବୋଲି ବାଗ୍‌ଚୀ କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories