www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ପ୍ରଭାବ; ବିସିସିଆଇ କାର୍ଯ୍ୟାଳୟରେ ଝୁଲିଲା ତାଲା, ଘରେ ବସି କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ : କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଠାରୁ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ବିସିସିଆଇ କର୍ମଚାରୀମାନଙ୍କୁ ଘରେ ବସି କାମ କରିବାକୁ କହିଛି। ଏନେଇ ନ୍ୟୁଜ୍ ଏଜେନ୍ସି ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ଭାରତରେ କରୋନା ଭାଇରସର ବୃଦ୍ଧି ହେତୁ ବିସିସିଆଇ ମଧ୍ୟ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ସ୍ଥଗିତ ରଖିଛି। ସେହିଭଳି ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ)କୁ ମାର୍ଚ୍ଚ ୨୯ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ବିପଜ୍ଜନକ ଭାଇରସ୍ ପାଇଁ ବିସିସିଆଇ ସମସ୍ତ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି।
ବୋର୍ଡ ଏକ ବିବୃତ୍ତି ଜାରି କରି କହିଛି ଯେ, ଇରାନୀ କପ୍, ସିନିୟର ମହିଳା ଦିନିକିଆ ନକ୍ ଆଉଟ୍ ଟୁର୍ଣ୍ଣାମେଣ୍ଟ ଓ ମହିଳା  ଦିନିକିଆ ଚ୍ୟାଲେଞ୍ଜର୍ ଟୁର୍ଣ୍ଣାମେଣ୍ଟକୁ କୋଭିଡ୍ -୧୯ କାରଣରୁ ଅସ୍ଥାୟୀ ଭାବେ ବାତିଲ କରାଯାଇଛି। ଏହା ବ୍ୟତୀତ ଜୁନିୟର ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଅଣ୍ଡର -୧୯ ଟି -୨୦ ଚ୍ୟାଲେଞ୍ଜର ଟ୍ରଫିକୁ ମଧ୍ୟ ସ୍ଥଗିତ ରଖାଯାଇଛି।
ନିକଟରେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, କରୋନାରେ ସାଧାରଣ ଜନତାଙ୍କ ସ୍ୱାର୍ଥକୁ ନେଇ ବିସିସିଆଇ ଚିନ୍ତିତ। ଏନେଇ ଆମେ ଆବଶ୍ୟକ ପଦକ୍ଷେପ ନେଉଛୁ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories