www.samajalive.in
Monday, December 8, 2025
13.1 C
Bhubaneswar

କରୋନା ଉପରେ ନିର୍ମାଣ ହେବ ବଲିଉଡ଼ ଚଳଚ୍ଚିତ୍ର: ନାଁ ରହିଛି ‘କରୋନା ପ୍ୟାର୍‍ ହୈ’!

ମୁମ୍ବଇ: କରୋନା ଭାଇରସର ପ୍ରକୋପ ଏପରି ହୋଇଛି ଯେ, ଅନେକ ଲୋକ ନିଜକୁ ଘରର ଚାରି କାନ୍ଥ ମଧ୍ୟରେ ଆବଦ୍ଧ କରି ଦେଉଛନ୍ତି। ଗମ୍ଭୀର ସ୍ଥିତିକୁ ଲକ୍ଷ୍ୟ କରି ଅନେକ ବଲିଉଡ଼ ଚଳଚ୍ଚିତ୍ରର ଶୁଟିଂ ଓ ମୁକ୍ତିଲାଭକୁ ମଧ୍ୟ ବାତିଲ କରି ଦିଆଯାଇଛି। କିନ୍ତୁ ଇଏ ତ ବଲିଉଡ଼୍‍, ଯେଉଁଠି ଜଟିଳ ସମୟରେ ମଧ୍ୟ ନୂଆ ନୂଆ କଳ୍ପନା ବା ଧାରଣା ସାମ୍ନାକୁ ଆସିଥାଏ। ପୁଣିଥରେ ବଲିଉଡ଼ ସମସ୍ତଙ୍କୁ ଚକିତ କରିଦେଇଛି। କରୋନାକୁ ନେଇ ବଲିଉଡ଼ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଥିବା ସୂଚନା ମିଳିଛି। ଏପରିକି ଚଳଚ୍ଚିତ୍ରର ଟାଇଟଲ ମଧ୍ୟ ଦିଆସରିଛି।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଇରୋସ୍‍ ଇଣ୍ଟର୍‍ନ୍ୟାସନାଲ୍‍ ‘କରୋନା ପ୍ୟାର୍‍ ହୈ’ ନାମରେ ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା ଚଳାଇଛି। ଚଳଚ୍ଚିତ୍ରର ନାଁ ହ୍ରିତିକ୍‍ଙ୍କ ଫିଲ୍ମ ‘କହୋ ନା ପ୍ୟାର୍‍ ହୈ’ ସହ ମିଶୁଛି। ଏହାକୁ ଏକ ପ୍ରେମ କାହାଣୀ ରୂପେ ନିର୍ମାଣ କରିବାକୁ ପ୍ରସ୍ତୁତି ଚାଲିଛି। ଇରୋସ୍‍ ଇଣ୍ଟର୍‍ନ୍ୟାସନାଲ୍‍ର କୃଷ୍ଣା ଲୁଲ୍ଲା ନିଜେ ଏହି ସୂଚନା ଦେଇଛନ୍ତି।

- Advertisement -

କୃଷ୍ଣା କହିଛନ୍ତି, ଏବେ ଚଳଚ୍ଚିତ୍ରର ସ୍କ୍ରିପ୍ଟ ଉପରେ କାମ ଚାଲିଛି। ଏହାକୁ ଏକ ପ୍ରେମ କାହାଣୀ ରୂପେ ନିର୍ମାଣ କରାଯିବ। ବର୍ତ୍ତମାନ ଆମେ ସ୍ଥିତ ଟିକେ ସୁଧୁରିବାକୁ ଅପେକ୍ଷା କରିଛୁ, କାରଣ ଏବେ ସବୁ କିଛି ବନ୍ଦ। ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଶୁଟିଂ ଆରମ୍ଭ କରିଦେବୁ।

ସୂଚନାଯୋଗ୍ୟ, ଇରୋସ୍‍ ବ୍ୟତୀତ ଆହୁରି ଅନେକ ଚଳଚ୍ଚିତ୍ର ନିର୍ମାଣକାରୀ କମ୍ପାନୀ ଓ ନିର୍ମାତା କରୋନା ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚିନ୍ତା କରିଛନ୍ତି। ଇଣ୍ଡିଆନ୍‍ ମୋଶନ୍‍ ପିକ୍‍ଚର୍‍ ପ୍ରଯୋଜକ ସଂଘର କହିବାନୁସାରେ କିଛି ନିର୍ମାତା ଏଥିପାଇଁ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ପାଖକୁ ଚଳଚ୍ଚିତ୍ର ପାଇଁ ଏକ ଟାଇଟଲ ମଧ୍ୟ ଆସିଛି, ଯାହାର ନାଁ ରହିଛି ‘ଡେଡ୍‍ଲୀ କରୋନା’।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories