www.samajalive.in
Thursday, December 11, 2025
18.1 C
Bhubaneswar

କରୋନା ସତର୍କତା : କେନ୍ଦ୍ରାପଡାରେ ମାର୍ଚ୍ଚ ୩୧ ଯାଏଁ ଯାତ୍ରା ପରିବେଷଣ ଉପରେ ରୋକ୍

କେନ୍ଦ୍ରାପଡା : ସାରା ବିଶ୍ବରେ ଭୟ ଏବଂ ଆତଙ୍କ ଖେଳାଇ ଚାଲିଛି ମହାମାରୀ କରୋନା। କରୋନା ଭାଇରସକୁ ଦୃଷ୍ଟିରେ ରଖି ଭାରତ ସରକାର ଏବଂ ରାଜ୍ୟ ସରକାର ମଧ୍ୟ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରି ସାରିଛନ୍ତି। ରାଜ୍ୟ ସରକାର କରୋନକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସିନେମା ହଲକୁ ବନ୍ଦ ରଖିଥିବା ବେଳେ ବିଭିନ୍ନ ସମାବେଶ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। କରୋନ ପାଇଁ ସତର୍କ ରହିବା ସହ ପରିସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ସମସ୍ତ ଜିଲାର ଜିଲ୍ଲାପାଳ ମାନଙ୍କୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। କରୋନା ପାଇଁ କେନ୍ଦ୍ରାପଡା ଜିଲାପ୍ରଶାସନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ଜିଲାରେ ସମସ୍ତ ଯାତ୍ରା ପରିବେଷଣ ଉପରେ ରୋକ ଲଗାଯାଇଛି। କରୋନା ପାଇଁ ସତର୍କତା ମୂଳକଭାବେ ଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜିଲାପାଳ ସମର୍ଥ ବର୍ମା।
ସୂଚନାଯୋଗ୍ୟ ମହାମାରୀ କରୋନା ସମଗ୍ର ବିଶ୍ବରେ କାୟା ବିସ୍ତାର କରିଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫ ହଜାର ୯୦୦ ଶହ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ସମଗ୍ରବିଶ୍ବରେ ୧ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି। ଭାରତରେ ବର୍ତ୍ତମାନ ସୁଦ୍ଧା ୧୦୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories