www.samajalive.in
Saturday, December 6, 2025
19.1 C
Bhubaneswar

୫୪ ବ୍ୟାଙ୍କ ଉପରେ ଲାଗିଲା ରୋକ

ଭୁବନେଶ୍ବର : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଘରୋଇ ୟେସ୍ ବ୍ୟାଙ୍କର କାରବାର ଉପରେ କଟକଣା ଲାଗିବା ପରେ ଦେଶର ୫୪ଟି ବ୍ୟାଙ୍କର କାରବାର ଉପରେ ରୋକ୍ ଲାଗିଛି। ଏହି ବ୍ୟାଙ୍କଗୁଡିକ ମଧ୍ୟରୁ ଓଡ଼ିଶାର ୨୨ଟି ସମବାୟ ବ୍ୟାଙ୍କ ରହିଛି। ଏସବୁ ବ୍ୟାଙ୍କର ସିଟିଏସ୍ କ୍ଲିୟରିଂକୁ ବନ୍ଦ କରି ଦିଆଯାଇଥିବା ବେଳେ ଏହି ବ୍ୟାଙ୍କର ଚେକକୁ କାରବାର ନକରିବାକୁ ଗ୍ରାହକମାନଙ୍କୁ ବ୍ୟାଙ୍କଗୁଡିକ ଅନୁରୋଧ କରୁଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ଓଡ଼ିଶାର ପ୍ରଭାବିତ ହୋଇଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଉତ୍କଳ ସମବାୟ ବ୍ୟାଙ୍କିଙ୍ଗ୍ ସୋସାଇଟି, ଖୋର୍ଦ୍ଧା ସେଣ୍ଟ୍ରାଲ କୋ-ପରେଟିଭ ବ୍ୟାଙ୍କ, ୟୁନାଇଟେଡ୍ ପୁରୀ-ନିମାପଡ଼ା ସେଣ୍ଟ୍ରାଲ କୋ-ପରେଟିଭ ବ୍ୟାଙ୍କ, ପୁରୀ ଅର୍ବାନ କୋ-ପରେଟିଭ ବ୍ୟାଙ୍କ, ନୟାଗଡ଼ ଜିଲା ସେଣ୍ଟ୍ରାଲ କୋ-ପରେଟିଭ୍ ବ୍ୟାଙ୍କ, କଟକ ସେଣ୍ଟ୍ରାଲ କୋ-ପରେଟିଭ ବ୍ୟାଙ୍କ, ଅର୍ବାନ କୋ-ପରେଟିଭ୍ ବ୍ୟାଙ୍କ, ବାଲେଶ୍ୱର-ଭଦ୍ରକ ସେଣ୍ଟ୍ରାଲ କୋ-ପରେଟିଭ ବ୍ୟାଙ୍କ, ବାଲେଶ୍ବର କୋ-ପରେଟିଭ ଅର୍ବାନ ବ୍ୟାଙ୍କ, ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ପରେଟିଭ୍ ବ୍ୟାଙ୍କ, କେନ୍ଦୁଝର ସେଣ୍ଟ୍ରାଲ କୋ-ପରେଟିଭ୍ ବ୍ୟାଙ୍କ ଲିଃ, ଅନୁଗୋଳ ୟୁନାଇଟେଡ୍ ସେଣ୍ଟ୍ରାଲ କୋ-ପରେଟିଭ୍ ବ୍ୟାଙ୍କ ଲିଃ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ବ୍ରହ୍ମପୁର କୋ-ପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ ଲିଃ, ବ୍ରହ୍ମପୁର କୋ-ପରେଟିଭ୍ ଅର୍ବାନ ବ୍ୟାଙ୍କ, ଆସ୍କା କୋ-ପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ, ବୌଦ୍ଧ କୋ-ପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ, ବଲାଙ୍ଗିର ଜିଲା ସେଣ୍ଟ୍ରାଲ କୋ-ପରେଟିଭ୍ ସେଣ୍ଟ୍ରାଲ ବ୍ୟାଙ୍କ, ସୁନ୍ଦରଗଡ଼ ଜିଲ୍ଲା ସେଣ୍ଟ୍ରାଲ କୋ-ପରେଟିଭ୍ ବ୍ୟାଙ୍କ ଓ ରାଉରକେଲା ଅର୍ବାନ କୋ-ପରେଟିଭ୍ ବ୍ୟାଙ୍କ ରହିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories