www.samajalive.in
Saturday, December 13, 2025
21.1 C
Bhubaneswar

ଐତିହାସିକ ହ୍ରାସ ସହ ବନ୍ଦ ହେଲା ସେୟାର ବଜାର : ୧୧ ଲକ୍ଷ କୋଟିରୁ ଅଧିକ ହରାଇଲେ ନିବେଶକ

ନୂଆଦିଲ୍ଲୀ : କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱର ସେୟାର ବଜାର ଉପରେ କରୋନାର ପ୍ରଭାବ ପଡିଛି। କରୋନା ଭାଇରସ୍ ପ୍ରଭାବରେ ସପ୍ତାହର ତୃତୀୟ ବାଣିଜ୍ୟ ଦିନରେ ଅର୍ଥାତ୍ ଗୁରୁବାର ସେୟାର ବଜାର ଐତିହାସିକ ହ୍ରାସ ସହ ବନ୍ଦ ହୋଇଛି। ଗୁରୁବାର ଆରମ୍ଭରୁ ସେନସେକ୍ସ-ନିଫ୍ଟି ହ୍ରାସ ପାଇଥିଲା। ଗୁରୁବାର ସେନସେକ୍ସ ୨,୯୧୯.୨୬ ପଏଣ୍ଟ ଅବା ୮.୧୮ ପ୍ରତିଶତ ହ୍ରାସ ପାଇ ୩୨,୭୭୮.୧୪ରେ ବନ୍ଦ ହୋଇଛି। ଏହା ସହିତ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୮୨୫.୩୦ ପଏଣ୍ଟ ଅବା ୭.୮୯ ପ୍ରତିଶତ ହ୍ରାସ ପାଇ ୯,୬୩୩.୧୦ରେ ବନ୍ଦ ହୋଇ ଯାଇଛି। ସେୟାର ବଜାରରେ ସର୍ବକାଳୀନ ହ୍ରାସ ଯୋଗୁଁ ନିବେଶକମାନେ ୧୧.୪୨ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଏସ୍ଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ବୁଧବାର ଦିନ ବାଣିଜ୍ୟ ଶେଷରେ ୧୩୭ ଲକ୍ଷ କୋଟି ଟଙ୍କା ଥିଲା ଯାହା ଗୁରୁବାର ଦିନ ୧୨୬ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି।

୨୦୦୮ପରେ ପ୍ରଥମ ଥର ପାଇଁ ସେନସେକ୍ସରେ ଏତେ ବଡ଼ ଧରଣର ହ୍ରାସ ଘଟିଛି। ଗତ ସାତ ଦିନ ମଧ୍ୟରେ ସେନସେକ୍ସ ପ୍ରାୟ ୧୫ ପ୍ରତିଶତ ହ୍ରାସ ପାଇଛି। ୨୦୧୭ ପରଠାରୁ ପ୍ରଥମ ଥର ନିଫ୍ଟି ୯,୬୦୦ ପହଞ୍ଚିଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories