www.samajalive.in
Monday, December 8, 2025
13.1 C
Bhubaneswar

ରେଡମି ନୋଟ୍ -୯ ପ୍ରୋ ଏବଂ ନୋଟ୍- ୯ ପ୍ରୋ ମ୍ୟାକ୍ସର ବଜାର ପ୍ରବେଶ

ନୂଆଦିଲ୍ଲୀ :  ଜିଓମି ଏହାର ଦୁଇଟି ନୂତନ ସ୍ମାର୍ଟଫୋନ୍ ‘ରେଡମି ନୋଟ୍ -୯ ପ୍ରୋ’ ଏବଂ ‘ରେଡମି ନୋଟ୍- ୯ ପ୍ରୋ ମ୍ୟାକ୍ସ’ ଗୁରୁବାର ଭାରତରେ ଲଞ୍ଚ କରିଛି। ଏହି ଦୁଇଟି ଫୋନର ଲଞ୍ଚ ପ୍ରଥମେ ଅଫଲାଇନରେ ହେବାର ଥିଲା କିନ୍ତୁ କରୋନା ଭାଇରସ୍ କାରଣରୁ ଏହି କାର୍ଯ୍ୟକ୍ରମ ଅନଲାଇନରେ ଆୟୋଜିତ ହୋଇଥିଲା ।  ରେଡମି ନୋଟ୍ -୯ ସିରିଜ୍ ହେଉଛି ରେଡମି ନୋଟ୍-୮ ସିରିଜର ଏକ ଅପଗ୍ରେଡ୍ ସଂସ୍କରଣ ।  ଉଭୟ ଫୋନର ପାୱାର ବଟନରେ ଫିଙ୍ଗର ପ୍ରିଣ୍ଟ ସେନସର ଦିଆଯାଇଛି ।

‘ରେଡମି ନୋଟ୍ -୯ ପ୍ରୋ’ରେ ୬.୬୭ ଇଞ୍ଚ ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ଦିଆଯାଇଛି । ରେଡମି ନୋଟ୍-୯ ପ୍ରୋରେ ଚାରୋଟି ପଛ କ୍ୟାମେରା ଅଛି ଯେଉଁଥିରେ ଗୋଟିଏ କ୍ୟାମେରାର ଲେନ୍ସ ୪୮ ମେଗାପିକ୍ସେଲ, ଅନ୍ୟଟି ୮ ମେଗାପିକ୍ସେଲର ଅଲଟ୍ରା କ୍ୟାମେରା , ତୃତୀୟଟି ୫ ମେଗାପିକ୍ସେଲ ମାକ୍ରୋ ଲେନ୍ସ ଏବଂ ଚତୁର୍ଥଟି ୨ ମେଗାପିକ୍ସେଲର ରହିଛି ।  ଏହି ଫୋନରେ ୧୬ ମେଗାପିକ୍ସେଲର ସାମ୍ନା କ୍ୟାମେରା ଦିଆଯାଇଛି । ଏହି ଫୋନରେ କ୍ୱାଲକମର ସ୍ନାପଡ୍ରାଗନ୍ ୭୨୦ଜିର  ପ୍ରୋସେସର ଦିଆଯାଇଛି।  ଏହା ବ୍ୟତୀତ ଫୋନକୁ ସୁରକ୍ଷା ଦେବାପାଇଁ ଗରିଲା ଗ୍ଲାସ ଦିଆଯାଇଛି।

- Advertisement -

ରେଡମି ନୋଟ୍ -୯ ପ୍ରୋରେ ୫୦୨୦ ଏମଏଚର ବ୍ୟାଟେରୀ ସହ ୧୮ ୱାଟ ଫାଷ୍ଟ ଚାର୍ଜର ଦିଆଯାଇଛି। ଏହି ଫୋନଟି ୪ ଜିବି ରାମ ସହ ୬୪ ଜିବି ଷ୍ଟୋରେଜ୍ ଏବଂ ୬ ଜିବି ରାମ ସହ ୧୨୮ ଜିବିର ଷ୍ଟୋରେଜ ଦିଆଯାଇଛି । ଯାହାର ମୂଲ୍ୟ ଯଥାକ୍ରମେ ୧୨,୯୯୯ ଏବଂ ୧୫,୯୯୯ ଟଙ୍କା ରଖାଯାଇଛି ।  ମାର୍ଚ୍ଚ ୧୭ ରୁ ଏହି ଫୋନ ଆମାଜନ, ଏମଆଇ ହୋମ ଏବଂ ଏମଆଇର ଅନଲାଇନ୍ ଷ୍ଟୋରରେ ବିକ୍ରି ହେବଜ୍ଝ

‘ରେଡମି ନୋଟ୍ ୯- ପ୍ରୋ ମ୍ୟାକ୍ସ’ରେ ୬.୬୭ ଇଞ୍ଚ ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ମଧ୍ୟ ଅଛି । ଏହା ବ୍ୟତୀତ ଫୋନରେ ରେଡମି ନୋଟ୍-୯ ପ୍ରୋ ପରି ଚାରୋଟି ପଛ କ୍ୟାମେରା ମଧ୍ୟ ରହିଛି। ଏହାର ଗୋଟିଏ କ୍ୟାମେରା ୬୪ ମେଗାପିକ୍ସେଲ, ଅନ୍ୟଟି ୮ ମେଗାପିକ୍ସେଲ , ତୃତୀୟଟି ୫ ମେଗାପିକ୍ସେଲ ମାକ୍ରୋ ଲେନ୍ସ ଏବଂ ଚତୁର୍ଥଟି ୨ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି। ଏହି ଫୋନରେ ୩୨ ମେଗାପିକ୍ସେଲର ସେଲଫି କ୍ୟାମେରା ରହିଛି। ଏହି ଫୋନରେ କ୍ୱାଲକମର ସ୍ନାପଡ୍ରାଗନ୍ ୭୨୦ଜିର ପ୍ରୋସେସର ଦିଆଯାଇଛି।

 

ରେଡମି ନୋଟ୍ -୯ ପ୍ରୋ ମ୍ୟାକ୍ସରେ ୫୦୨୦ ଏମଏଚର ବ୍ୟାଟେରୀ ଦିଆଯାଇଛି। । ଏହା ସହ ୩୩ ୱାଟର ଫାଷ୍ଟ ଚାର୍ଜର ମଧ୍ୟ ରହିଛି। ଏହି ଫୋନ୍ ୪ଜିବି ରାମ ୬୪ ଜିବି ଷ୍ଟୋରେଜ୍ , ୬ଜିବି ରାମ ୧୨୮ ଜିବି ଏବଂ ୮ ଜିବି ରାମ ସହ ୧୨୮ ଜିବି ଷ୍ଟୋରେଜ ଦିଆଯାଇଛି। ଯାହାର ମୂଲ୍ୟ ଯଥାକ୍ରମେ ୧୪,୯୯୯, ୧୬,୯୯୯ ଏବଂ ୧୮,୯୯୯ ଟଙ୍କା ରହିଛି। ମାର୍ଚ୍ଚ ୨୫ରୁ ଆମାଜନ, ଏମଆଇ ହୋମ ଏବଂ ଏମଆଇ ଅନଲାଇନ୍ ଷ୍ଟୋରରେ ଏହି ଫୋନ୍ ବିକ୍ରି ହେବ।

 

 

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories