www.samajalive.in
Monday, December 8, 2025
14.1 C
Bhubaneswar

ଦିଲ୍ଲୀ ହିଂସା : ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ସଭାପତି ଓ ସଚିବ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଗୁରୁବାର ସକାଳେ ପପୁଲାର୍ ଏବଂ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ସଭାପତି ସଚିବ ଇଲିୟାସଙ୍କୁ ଗିରଫ କରିଛି। ଶାହିନ୍ ବାଗରେ ଚାଲିଥିବା ନାଗରିକ ସଂଶୋଧନ ଆଇନ(ସିଏଏ) ବିରୋଧ ପଦର୍ଶନର ପିଏଫ୍ଆଇ ସହ ଲିଙ୍କ୍ ଥିବା ତଦନ୍ତରୁ ଜାଣିବାକୁ ପାଇଥିଲା ପୁଲିସ। ଏହାପରେ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଏହି ଯୋଡିଙ୍କୁ ଗିରଫ କରିଛି। ଏହାପୂର୍ବରୁ ସୋମବାର ଦିନ ପିଏଫଆଇ ସଦସ୍ୟ ଡାନିଶ ଅଲିଙ୍କୁ ମଧ୍ୟ ଗିରଫ କରିଥିଲା ଦିଲ୍ଲୀ ପୁଲିସ । ନାଗରିକ ସଂଶୋଧନ ଆଇନ (ସିଏଏ) ବିରୋଧରେ ପ୍ରଦର୍ଶନ ପାଇଁ ପାଣ୍ଠି ଯୋଗାଉଥିବା ଅଭିଯୋଗ ହୋଇଥିଲା। ଦିଲ୍ଲୀ ପୁଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଦିଲ୍ଲୀର ହିଂସା ଯୋଜନାବଦ୍ଧ ଭାବେ ହୋଇଥିଲା। ଡାନିଶ ଅଲିକୁ ଗିରଫ କରିବା ପରେ କୋର୍ଟରେ ହାଜର କରିବା ସହ ଅଧିକ ପଚରା ଉଚୁରା ପାଇଁ ରିମାଣ୍ଡ ଆବେଦନ କରିଥିଲା ପୁଲିସ। କୋର୍ଟ ଡାନିଶ ଅଲିକୁ ଚାରି ଦିନ ପାଇଁ ପୁଲିସକୁ ରିମାଣ୍ଡରେ ଦେଇଛନ୍ତି।

- Advertisement -

ଦିଲ୍ଲୀ ପୁଲିସର ସ୍ପେଶାଲ ସେଲର ଡିସିପି ପ୍ରମୋଦ କୁଶୱା କହିଛନ୍ତି ଯେ ଦିଲ୍ଲୀ ଦଙ୍ଗାର ଏତଲା ନମ୍ବର ୫୯ ରେ ଗୋକାଲପୁରୀ ନିବାସୀ ମହମ୍ମଦ ଡାନିଶଙ୍କୁ ଗିରଫ କରାଯାଇଛି। ସେ ପିଏଫଆଇର କାଉଣ୍ଟର ଇଣ୍ଟେଲିଜେନ୍ସ ଟିମରେ ରହିଥିଲା । ସେ ଦିଲ୍ଲୀରେ ଘଟିଥିବା ଘଟଣାଗୁଡ଼ିକ ଉପରେ ନଜର ରଖିଥିଲା। କେଉଁ ଅଞ୍ଚଳକୁ ପୁଲିସ ଏବଂ ଆଇବି ଅଧିକାରୀ ଗସ୍ତ କରୁଛନ୍ତି ତାହା ମଧ୍ୟ ନିଜ ନଜରରେ ରଖୁଥିଲା ଡାନିଶ।
ଯଦି ଜଣେ ପୁଲିସ କ୍ରମାଗତ ଭାବରେ ସମସ୍ତ କାର୍ଯ୍ୟକ୍ରମକୁ ଯାଉଛନ୍ତି ତେବେ ତାଙ୍କୁ ଟାର୍ଗେଟ କରୁଥିଲା ଡାନିଶ । ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଡାନିଶ ଦିଲ୍ଲୀର ଦଙ୍ଗା ପାଇଁ ବାହାର ଲୋକଙ୍କୁ ଡାକି ଉତ୍ତେଜନା ସୃଷ୍ଟି କରିଥିଲା। ସିଏଏ ବିରୁଦ୍ଧରେ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ସେ ପ୍ରଦାହଜନକ ପୁସ୍ତିକା ମଧ୍ୟ ବାଣ୍ଟି ଥିଲା ଡାନିଶ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories