ଅଗ୍ନିକାଣ୍ଡ ବିପନ୍ନଙ୍କୁ ବିଧାୟକଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ଯାଜପୁର : ଯାଜପୁର ସହରର କଲେଜ ରୋଡ ନିକଟସ୍ଥ ଲଳିତେଶ୍ୱର ନିକଟରେ ଘଟିଥିବା ଅଗ୍ନିକାଣ୍ଡ ବିପନ୍ନଙ୍କୁ ଯାଜପୁର ବିଧାୟକଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ବିଧାୟକ ଦେଇଥିବା ନଗଦ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ଯାଜପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ବିପନ୍ନଙ୍କୁ କମ୍ବଳ ଓ ପାଲ ବଣ୍ଟନ କରିଥିଲେ । ବିପନ୍ନମାନଙ୍କୁ ପ୍ରଶାସନ ପକ୍ଷରୁ ଅନ୍ୟତ୍ର ଥଇଥାନ କରାଯାଇଛି । ଏଥିସହିତ ଆଗାମୀ ୩ ଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.