www.samajalive.in
Saturday, December 13, 2025
21.1 C
Bhubaneswar

ଏପ୍ରିଲ ୧ରୁ ଶ୍ରୀମନ୍ଦିରରେ ପଲିଥିନ ନିଷେଧ

ପୁରୀ : ଶ୍ରୀମନ୍ଦିର ଭିତରେ ପଲିଥିନ ଜରି ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରିଛି ମନ୍ଦିର ପ୍ରଶାସନ। ଏପ୍ରିଲ ୧ତାରିଖରୁ ଏହି ନିଷ୍ପତ୍ତି କଡାକଡି ଭାବେ କାର୍ଯ୍ୟକାରୀ କରାଯିବ। ପଲିଥିନ ପରିବର୍ତ୍ତେ ତାଳପତ୍ର ଭୋଗେଇରେ ଭକ୍ତମାନେ ମହାପ୍ରସାଦ ନେଇପାରିବେ। ଭକ୍ତଙ୍କ ସୁବିଧା ପାଇଁ ପଲିଥିନର ବିକଳ୍ପ ଯୋଗାଇ ଦିଆଯିବ। ବୁଧବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମନ୍ଦିର ଭିତରକୁ କୌଣସି ଭକ୍ତ କିମ୍ବା ସେବକ ଯେପରି ପଲିଥିନ ଜରି ନନିଅନ୍ତି ସେଥିପାଇଁ ଚାରୋଟି ପ୍ରବେଶ ଦ୍ବାରରେ ଯାଞ୍ଚ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ସେହିପରି ଶ୍ରୀମନ୍ଦିର ଭିତରକୁ ପାନ ଓ ଗୁଟ୍‌ଖା ଖାଇକରି ଗଲେ ୫୦୦ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯିବ। ଏହି କଟକଣା ଭକ୍ତ, ସେବକ, ପୁଲିସ ଏବଂ ମନ୍ଦିର କର୍ମଚାରୀଙ୍କ ପାଇଁ କାର୍ଯ୍ୟକାରୀ ହେବବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଏପ୍ରିଲ ୧ତାରିଖଠାରୁ ମଧ୍ୟ ଏହି କଟକଣା କାର୍ଯ୍ୟକାରୀ କରାଯିବ। ଏହାପୂର୍ବରୁ ସେବକ ଓ ଭକ୍ତଙ୍କୁ ସଚେତନ କରାଯିବା ସହ ବିଭିନ୍ନ ସେବକ ନିଯୋଗ ସହ ଆଲୋଚନା କରାଯିବାକୁ ବୈଠକରେ ସ୍ଥିର ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ୨ବର୍ଷ ତଳେ ଶ୍ରୀମନ୍ଦିରରେ ପାଟଗୁଟ୍‌ଖା ନିଷେଧ କରାଯାଇଥିଲା। ଅର୍ଥଦଣ୍ଡ ଅଭାବରୁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ପୁଣିଥରେ ଏହି କଟକଣା କାର୍ଯ୍ୟକାରୀ କରିବାକୁ ଛତିଶା ନିଯୋଗ ବୈଠକରେ ବୁଧବାର ସ୍ଥିର କରାଯାଇଛି।

ଶ୍ରୀମନ୍ଦିର ଚତୁଃପାର୍ଶ୍ବର କେତେକ ସ୍ଥାନରେ ପାଣି ଜମାହୋଇ ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ସେବକ ନିଯୋଗ ଅଭିଯୋଗ କରିଛନ୍ତି। ଜନସ୍ବାସ୍ଥ୍ୟ ଏବଂ ପୂର୍ତ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ସ୍ଥାୟୀ ପ୍ରତିକାର କରିବାକୁ ଜିଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି। ଶ୍ରୀଜୀଉଙ୍କ ଭୋଗମଣ୍ଡପ ନୀତି ଅହେତୁକ ବିଳମ୍ବ ଯୋଗୁଁ ସୁଆର ସେବକ କ୍ଷତିଗ୍ରସ୍ତ ହେବାସହ ଭକ୍ତଙ୍କୁ ଠିକ୍‌ ସମୟରେ ମହାପ୍ରସାଦ ମିଳନୁନଥିବା ନିଯୋଗ କର୍ମକର୍ତ୍ତା ବୈଠକରେ ଅଭିଯୋଗ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁଯାୟୀ ଏଣିକି ଯେପରି ଭୋଗମଣ୍ଡପ ସମ୍ପନ୍ନ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଛି। ଆଗାମୀ ୯ତାରିଖ ଦିନ ଶ୍ରୀଜୀଉଙ୍କ ଦୋଳପୂର୍ଣ୍ଣିମା ନୀତି ଏବଂ ସୁନାବେଶ ସମୟାନୁବର୍ତ୍ତୀ ଓ ଶୃଙ୍ଖଳିତ କରିବାକୁ ବୈଠକରେ ସ୍ଥିର କରାଯାଇଛି। ଦୋଳପୂର୍ଣ୍ଣମୀ ନୀତି ସମ୍ପନ୍ନ ପରେ ରାତିରେ ଦାରୁବ୍ରହ୍ମଙ୍କୁ ଯେପରି ପହୁଡ କରାଯିବ ସେ ସମ୍ପର୍କରେ ସେବକ ନିଯୋଗ ଗୁଡିକ ସହ ଆଲୋଚନା ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୁରକ୍ଷା କରିଡରରେ ଜିଲା ପ୍ରଶାସନ ପକ୍ଷରୁ କୋଠାଭଙ୍ଗା ଚାଲିଥିବାରୁ ଘରଭଙ୍ଗା ସାମଗ୍ରୀ ଏବଂ ନଳାପାଣି ଜମାହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା କେତେକ ସେବକ ଅଭିଯୋଗ କରିଛନ୍ତି। ଜିଲାପାଳ ବଲୱନ୍ତ ସିଂହ, ଏସ୍‌ପି ଡଃ ଉମାଶଙ୍କର ଦାଶ, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ (ଉନ୍ନୟନ) ଅଜୟ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା ଏବଂ ପରିଚାଳନା କମିଟି ସଭ୍ୟ ବୈଠକରେ ଉପସ୍ଥିତ ଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories