www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ଶପଥ ନେବା ପରେ ଅରବିନ୍ଦ କେଜରିୱାଲ ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ହୋଇଥିବା ଆଲୋଚନାରେ ଦିଲ୍ଲୀ ହିଂସା ଓ କରୋନା ଭୂତାଣୁ ସଂକ୍ରମଣ ପ୍ରସଙ୍ଗ ସ୍ଥାନ ପାଇଥିଲା ବୋଲି ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଫେରିବା ପରେ କେଜରିୱାଲ କହିଛନ୍ତି ସେ ହିଂସା ପ୍ରଶମନ ଦିଗରେ ଦିଲ୍ଲୀ ପୁଲିସ ଉଲ୍ଲେଖନୀୟ ଭୂମିକା ନିଭାଇଥିଲା। ଆରମ୍ଭରୁ ପୁଲିସ ଅଧିକ ସକ୍ରିୟ ହୋଇଥିଲେ ପରିସ୍ଥିତି ଏବେ ବିଗିଡ଼ି ନ ଥାନ୍ତା। ଭବିଷ୍ୟତରେ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିବା କେଜରିୱାଲ କହିଛନ୍ତି। ତେବେ ବିଜେପି ନେତାଙ୍କ ଘୃଣିତ ମନ୍ତବ୍ୟ ସମ୍ପର୍କରେ ଆଲୋଚନା ହୋଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ନିର୍ବାଚନ ଘନଘଟା ଶେଷ ହେଉ ନ ହେଉଣୁ ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସା ବ୍ୟାପିଥିଲା। ଏଥିମଧ୍ୟରେ ଗତ ୧୯ରେ କେଜରିୱାଲ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଉଭୟ ମିଳିମିଶି ଦିଲ୍ଲୀର ବିକାଶ ପାଇଁ କାର୍ଯ୍ୟ କରିବାକୁ ସମ୍ମତି ପ୍ରକାଶ କରିଥି​ଲେ ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories