www.samajalive.in
Saturday, December 6, 2025
19.1 C
Bhubaneswar

ଦିଲ୍ଲୀ ହିଂସା : ପୁଲିସକୁ ବନ୍ଧୁକ ଦେଖାଇଥିବା “ଶାହାରୁଖ” ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ସମୟରେ ଜାଫରାବାଦ୍‌-ମୌଜପୁର ଅଞ୍ଚଳରେ ଦିଲ୍ଲୀ ପୁଲିସ୍‌କୁ ବନ୍ଧୁକ ଦେଖାଇ ଚର୍ଚ୍ଚାକୁ ଆସିଥିବା ମହମ୍ମଦ ଶାହରୁଖ୍‌କୁ ମଙ୍ଗଳବାର ପୁଲିସ୍‌ ଗିରଫ କରିଛି।
ଖବର ମୁତାବକ, ମଙ୍ଗଳବାର ଅପରାହ୍ନରେ ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରୁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଦଳ ଶାହାରୁଖକୁ ଗିରଫ କରିଛି। ଶାହାରୁଖଙ୍କୁ ବର୍ତ୍ତମାନ ଦିଲ୍ଲୀ ଅଣାଯାଉଛି। ଗତ ସପ୍ତାହର ହିଂସାକାଣ୍ଡ ସମୟରେ ସେ ପୁଲିସ୍‌ତକୁ ବନ୍ଧୁକ ଦେଖାଇଥିଲା। ପରେ ପ୍ରତିପକ୍ଷର ଢେଲାମାଡ଼ର ପ୍ରତିବାଦରେ ସେ ୮ ରାଉଣ୍ଡ ଗୁଳି ମଧ୍ୟ ଚଲାଇଥିଲା।
ଫେବୃଆରୀ ୨୪ରେ ଦିଲ୍ଲୀର ଜାଫରବାଦ ଅଞ୍ଚଳରେ ସିଏଏ ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ୟରେ ଘଟିଥିବା ହିଂସା ସମୟରେ ଶାହରୁଖ ପୁଲିସ ସମ୍ମୁଖରେ ଆଠ ରାଉଣ୍ଡ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା। କର୍ଦମପୁରୀ ମେନ୍ ରୋଡର ବାସିନ୍ଦା ହେଉଛି ଶାହରୁଖ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories